Only for Entertainment

ତ୍ୱଚାରେ ଚମକ ଆଣିଥାଏ ବରଗଛ ଚେର

dreamstime
0 46

ସାରା ଦେଶର ସହରାଚଂଳ ଅପେକ୍ଷା ଗ୍ରାମାଚଂଳରେ ବହୁଳ ମାତ୍ରାରେ ବରଗଛମାନ ଦେଖାଯାଇଥାଏ । ଏହି ଗଛର ପ୍ରମୁଖ ଭୂମିକା ରହିଛି । ମୁଖ୍ୟତଃ ବରଗଛ ମାନଙ୍କରେ ଦେବତାମାନେ ବାସ କରୁଥିବା ଯୋଗୁଁ ହିନ୍ଦୁଧର୍ମର ଲୋକମାନେ ଏହି ଗଛକୁ ପୂଜା ମଧ୍ୟ କରିଥାନ୍ତି । ସର୍ବଦା ଏହି ଗଛ ଆମକୁ ଅମ୍ଳଜାନ ପ୍ରଦାନ କରିଥାଏ । ସେଥିପାଇଁ ସ୍ୱାସ୍ଥ୍ୟ ପ୍ରତି ଏହି ଗଛ ଖୁବ୍ ଲାଭବାନ୍ । କେବଳ ଶରୀର ପାଇଁ ନୁହେଁ ସୌନ୍ଦର୍ଯ୍ୟତା ବୃଦ୍ଧି କରିବାରେ ମଧ୍ୟ ଏହା ଖୁବ୍ ସହାୟତା କରିଥାଏ । ତେବେ ଆସନ୍ତୁ ଜାଣିବା କଣ ରହିଛି ସବୁ ଫାଇଦା….

ଏହି ଗଛ ବ୍ୟବହାର କରିବା ଦ୍ୱାରା ଚର୍ମ ଜନିତ ସମସ୍ୟାରୁ ରକ୍ଷା ପାଇପାରିବେ । ଆଜି ଆମେ ଆପଣଙ୍କୁ ବରଗଛ ଦ୍ୱାରା ତ୍ୱଚା ପାଇଁ କଣ ସବୁ ରହିଛି ଫାଇଦା ସେ ବିଷୟରେ କହିବାକୁ ଯାଉଛୁ ।

ଆଜିକାଲିର ବାୟୁ ପ୍ରଦୂଷଣ ଏବଂ ବିଶୃଙ୍ଖଳିତ ଖାଦ୍ୟ ଓ ପାନୀୟ ଯୋଗୁଁ ବୟସ ହେବା ପୂର୍ବରୁ ତ୍ୱଚାରେ ଭଙ୍ଗ ପଡିଯାଇଥାଏ । କିନ୍ତୁ ଆପଣ ବରଗଛ କୁ ତ୍ୱଚାରେ ବ୍ୟବହାର କରିବା ଦ୍ୱାରା ଏହି ସମସ୍ୟାରୁ ରକ୍ଷା ପାଇ ପାରିବେ ।

ସେଥିପାଇଁ ବରଗଛ ଚେରକୁ ନେଇ କିଛି ପାଣିରେ ଭିଜାଇ ଦିଅନ୍ତୁ । ଚେରଟି ଭଲ ଭାବରେ ଭିଜି ଗଲା ପରେ ସେହି ପାଣି ସହ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏବଂ ସେହି ପେଷ୍ଟକୁ ତ୍ୱଚାରେ ଭଲ ଭାବରେ ଲଗାନ୍ତୁ । ପେଷ୍ଟ ଲଗାଇବାର କିଛି ସମୟ ପରେ ଥଣ୍ଡା ପାଣି ସାହାର୍ଯ୍ୟରେ ମୁହଁକୁ ଧୋଇ ଦିଅନ୍ତୁ । ସପ୍ତାହରେ ଗୋଟେ ଥର ଏଭଳି ଉପାୟ ଅବଲମ୍ବନ କରିବା ଦ୍ୱାରା ତ୍ୱଚାରୁ ଭଙ୍ଗ ଦୂର ହେବା ସହିତ ତ୍ୱଚାରେ ଚମକପ୍ରଦ ଆସିଥାଏ । ବରଗଛ ଚେରରେ ଭରପୂର ମାତ୍ରାରେ ଆଂଟିଅକ୍ସିଡେଂଟ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More