Only for Entertainment

କ୍ୟାଲସିୟମ ଯୁକ୍ତ ଖାଦ୍ୟ ଶରୀର ପାଇଁ ନିହାତି ଜରୁରି : ଜାଣନ୍ତୁ କେଉଁ ପନିପରିବା ଖାଇଲେ ଏହାର ଫାଇଦା ପାଇପାରିବେ

health.harvard
0 49

କ୍ୟାଲସିୟମ ଶରୀର ପାଇଁ ଆବଶ୍ୟକ । ଯଦି ଶରୀରରେ କ୍ୟାଲସିୟମ ପରିମାଣ କମିଯାଏ, ତେବେ ଆମକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଅଧିକ ମାତ୍ରାରେ ହାଡ଼ ଓ ମାଂସପେଶୀରେ କୁପ୍ରଭାବ ପଡିଥାଏ । ତା’ପରେ ଆପଣ ଜାଣିଥିବେ, ଆମ ଶରୀର ଉପରେ କ’ଣ ପ୍ରଭାବ ପଡିବ । ସେଥିପାଇଁ କ୍ୟାଲସିୟମ ବୃଦ୍ଧି ପାଇଁ ଔଷଧ ଖାଇବା କିଛି ଆବଶ୍ୟକ ନାହିଁ । ପନିପରିବା ଓ ଫଳରେ ଭରପୂର ମାତ୍ରାରେ କ୍ୟାଲିସିୟମ ରହିଛି । ଯଦି ଏହାକୁ ନିୟମିତ ଖାଇବା, କ୍ୟାଲସିୟମର ଅଭାବ ରହିବ ନାହିଁ । ତେବେ ଆସନ୍ତୁ ଜାଣିବା କେତେକ ସାମଗ୍ରୀ ସମ୍ବନ୍ଧରେ, ଯେଉଁଥିରେ ଆମେ ଭରପୂର ମାତ୍ରାରେ କ୍ୟାଲସିୟମ ପାଇବା ।

  • ଅଁଳା : ଅଁଳାରେ ପ୍ରଚୁର ଆଂଟିଅକ୍ସିଡାଂଟ ରହିଛି । ଏହାକୁ ଖାଇବା ଦ୍ୱାରା ପ୍ରତିରୋଧକ କ୍ଷମତା ବଢିଥାଏ । ଆପଣ ଡାଏଟରେ ଅଁଳା ସାମିଲ କରିବା ଭଲ । ଏହାକୁ ପାଣିରେ ସିଝାଇ ଖାଇ ବି ପାରିବେ ।
  • ଖସା(ରାଶି) : ଖସା କ୍ୟାଲସିୟମ ଅଭାବ ଦୂର କରିବାରେ ସହାୟତା ହୋଇଥାଏ । ଏକ ବଡ଼ ଚାମଚରେ ଚାମଚେ ଖସାରେ ପ୍ରାୟ ୮୮ ମିଗ୍ରା, କ୍ୟାଲସିୟମ ରହିଥାଏ । ଆପଣ ଚାହିଁଲେ ଏହାକୁ ବାଟି ପାଉଡର କରି ଖାଇପାରିବେ । ସାଲାଡରେ ମିଶାଇ ମଦ୍ଦ ଖାଇପାରିବେ ।
  • କ୍ଷୀର : କ୍ଷୀର କ୍ୟାଲସିୟମର ଏକ ଭଲ ସ୍ରୋତ । ପ୍ରତିଦିନ ଏକ କପ ଗରମ କ୍ଷୀରରେ ଏକ ଚାମଚ ରାଶିଚୁନା ମିଶାଇ ପିଅନ୍ତୁ । ଦିନକୁ ୩ ଥର ପିଇଲେ ଖୁବ ଲାଭ ମିଳିଥାଏ ।
  • ଅଦା : ପ୍ରଥମେ ଏକ ଗ୍ଲାସ ପାଣି ନେଇ ଏଥିରେ ଖଣ୍ଡେ କି ଦୁଇ ଖଣ୍ଡ ଅଦା ପକାଇ ଭଲ ଭାବରେ ସିଝାନ୍ତୁ । ଏହି ପାଣିକୁ ଛାଣି ପିଅନ୍ତୁ । ଯଦି ଏହାର ସ୍ୱାଦ ଭଲ ଲାଗୁନାହିଁ, ତେବେ ଏଥିରେ ଅଳ୍ପ ମହୁ ମିଶାଇ ପିଅନ୍ତୁ ।
  • ଅଶ୍ୱଗନ୍ଧା : ଅଶ୍ୱଗନ୍ଧା ଏକ ପ୍ରାଚୀନ ଜଡି-ବୁଟି ।ଏହାର ଉପଯୋଗ ବହୁ ପୁରୁଣା କାଳରୁ ହୋଇଆସୁଛି । ଏଥିରେ ବିଭିନ୍ନ ପ୍ରକାର ଆଂଟିଅକ୍ସିଡ଼ାଂଟର ଗୁଣ ଗଚ୍ଛିତ ରହିଛି । ଯାହାକି ଶରୀରର କ୍ୟାଲସିୟମ ଅଭାବ ପୂରଣ କରିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More