Only for Entertainment

ଶରୀର ପାଇଁ ମଧ୍ୟ ଖୁବ ଉପକାରୀ ଭୁର୍ସୁଙ୍ଗ ପତ୍ର, ନିୟମିତ ଖାଦ୍ୟରେ କରନ୍ତୁ ସାମିଲ

FirstCry Parenting
39

ଆମେ ପ୍ରାୟ ଆମର ପ୍ରତିଦିନର ଖାଦ୍ୟରେ ଭୁର୍ସୁଙ୍ଗ ପତ୍ର ବ୍ୟବହାର କରିଥାଉ । ଏହି ଭୁର୍ସୁଙ୍ଗ ପତ୍ର ଯେ ଖାଲି ଆମ ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ ତାହା ନୁହେଁ, ଏହା ଆମ ଶରୀର ପାଇଁ ମଧ୍ୟ ଖୁବ ଉପକାରୀ ହୋଇଥାଏ । ଭୁର୍ସୁଙ୍ଗ ପତ୍ରରେ ପ୍ରଚୁର ପରିମାଣରେ ଆଇରନ ଓ ଫଲିକ୍‍ ଏସିଡ୍‍ ରହିଛି। ଏହାକୁ ଖାଇଲେ ଶରୀରରେ ଆଇରନ୍‍ର ମାତ୍ରା ସନ୍ତୁଳିତ ରହିବା ସହିତ ଆନିମିଆ ଭଳି ରୋଗ ଦୂର କରିଥାଏ ।

ଲିଭର ସୁରକ୍ଷିତ ରହିଥାଏ-

ଏସିଆନ ଜର୍ଣ୍ଣଲ ଅଫ ଫାର୍ମାସିଟିକାଲ ଆଣ୍ଡ କେମିକାଲ ରିସର୍ଚ୍ଚ ଅନୁସାରେ ଜଣାପଡିଛି କି, ଯଦି କୌଣସି ବ୍ୟକ୍ତି ମଦ ପିଉଥାଏ ତେବେ ତା’ର ଲିଭର ଖରାପ ହେବାର ସମ୍ଭାବନା ଅଧିକ ଥାଏ । ତେବେ ଏପରିସ୍ଥଳେ ଯଦି ନିୟମିତ ଭାବେ ଖାଦ୍ୟରେ ଭୁର୍ସୁଙ୍ଗ ପତ୍ର ଖାଇବେ ତେବେ ତାଙ୍କର ଲିଭର ଖରାପ ହେବାର ସମ୍ଭବନା କମ ହୋଇଥାଏ ।
ବ୍ଲଡ୍‍ ସୁଗାର କଣ୍ଟ୍ରୋଲ କରେ-

ଜର୍ଣ୍ଣଲ ଅଫ ପ୍ଲାଣ୍ଟ ଫୁଡ୍‍ ଫର ନ୍ୟୁଟ୍ରିସନର ଅଧ୍ୟୟନ ଅନୁସାରେ ଭୁର୍ସୁଙ୍ଗ ପତ୍ରରେ ପ୍ରଚୁର ମାତ୍ରାରେ ଫାଇଭର ଥାଏ, ଯାହା ବ୍ଲଡରେ ଇନସୁଲିନକୁ ପ୍ରଭାବିତ କରି ବ୍ଲଡ ସୁଗାର ମାତ୍ରାକୁ କମ୍‍ କରିଥାଏ । ଭୁର୍ସୁଙ୍ଗ ପତ୍ର ଶରୀରରେ ହଜମ ଶକ୍ତିକୁ ବଢାଇ ଓଜନ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ସେଥିପାଇଁ ଡାଇବେଟିସ ଓ ମେଦବହୁଳ ରୋଗୀ ନିୟିମିତ ଭାବେ ଭୁର୍ସୁଙ୍ଗ ପତ୍ର ଖାଇବା ଲାଭକାରୀ ହୋଇଥାଏ ।

କୋଲେଷ୍ଟ୍ରୋଲ ମାତ୍ରା କମ୍‍ କରିଥାଏ-

ବାଡି ବଗିଚାରେ ମିଳୁଥିବା ଏହି ସାଧାରଣ ପତ୍ରରେ ରହିଛି ଅସାଧାରଣ ଔଷଧୀୟ ଗୁଣ । ବ୍ଲଡରୁ କୋଲେଷ୍ଟ୍ରୋଲର ମାତ୍ରା କମ୍ କରିବାରେ ଏହି ପତ୍ରର ରହିଛି ଗୁରୁତ୍ୱପୁର୍ଣ୍ଣ ଭୂମିକା । ଏହା ଶରୀରରୁ କୋଲେଷ୍ଟ୍ରୋଲ ମାତ୍ରା କମ୍‍ କରିବା ସହ ହୃଦୟ ଜନିତ ସମସ୍ତ ରୋଗ ଦୂର କରଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More