Only for Entertainment

ବହୁ ଉପକାରୀ ସଜନା ଶାଗ, କେବଳ ଶରୀର ନୁହେଁ ବରଂ ତ୍ୱଚା ଜନିତ ସମସ୍ୟାରୁ ମଧ୍ୟ ଦେଇଥାଏ ମୁକ୍ତି !

30

ସଜନାଶାଗ, ଫୁଲ ହେଉ ଅବା ଛୁଇଁରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ବ୍ୟଞ୍ଜନ  ଅଧିକାଂଶଙ୍କର ଖୁବ୍‌ ପ୍ରିୟ, ଯାହାକି ବେଶ୍‌ ପୁଷ୍ଟିକର ମଧ୍ୟ। ହେଲେ ଆପଣ ଜାଣନ୍ତି, ଶରୀରକୁ ବିଭିନ୍ନ ପୋଷକ ତତ୍ତ୍ୱ ଯୋଗାଉଥିବା ଏହି ସଜନାରେ ଭରି ରହିଛି ଅନେକ ସୌନ୍ଦର୍ଯ୍ୟବୃଦ୍ଧି ଉପାଦାନ।  ଜାଣିରଖନ୍ତୁ ଏହାକୁ ବ୍ୟବହାର କରିବାର ଉପାୟ…

ଏଥିରେ କୋଲାଜେନ୍‌ ପ୍ରୋଟିନ୍‌ ଭରି ରହିଛି। ଫଳରେ ଏହାକୁ ବ୍ୟବହାର କରିବା ଦ୍ୱାରା ସ୍କିନ୍‌ ଟାଇଟ୍‌ ଏବଂ ସୁନ୍ଦର ରହିଥାଏ।

ସଜନା ତେଲ ଏବଂ ଏହାର ପତ୍ର ଗୁଣ୍ଡ ଉଭୟ ଲଗାଇବା ଦ୍ୱାରା ତ୍ୱଚାରେ ରିଙ୍କଲ ମାର୍କ ଦେଖାଯାଇ ନ ଥାଏ। ଏହା ତ୍ୱଚାକୁ ସଫା, ଟାଇଟ୍‌ ରଖିବା ସହ ଏଜିଂ ସମସ୍ୟା ଦୂର କରି ୟଙ୍ଗର୍‌ ଲୁକ୍‌ ଦେଇଥାଏ। ଏହାକୁ ଫେସ୍‌ ପ୍ୟାକ୍‌ ଭାବେ ବ୍ୟବହାର କରିପାରିବେ। ଫେସ୍‌ ପ୍ୟାକ୍‌ ପାଇଁ ସଜନାଶାଗକୁ ଶୁଖାଇ ଭଲ ଭାବେ ଗୁଣ୍ଡ କରିଦିଅନ୍ତୁ। ଏକ ଚାମଚ ଏହି ଗୁଣ୍ଡରେ ଅଧା ଚାମଚ ଲେମ୍ବୁରସ, ଏକ ଚାମଚ ଲେଖାଏଁ ମହୁ ଏବଂ ଗୋଲାପ ଜଳ ମିଶାଇ ମୁହଁରେ ଲଗାନ୍ତୁ। ୧୦ ମିନିଟ୍‌ ରଖିବା ପରେ ନଖ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ।

ସଜନା ତେଲ ଓଠ ପାଇଁ ସବୁଠୁ ଭଲ ମଶ୍ଚରାଇଜର ଭାବେ କାମ କରିଥାଏ। ବିଭିନ୍ନ ଲିପ୍‌ବାମ୍‌ ଏବଂ ଲିପ୍‌ କେୟାର ପ୍ରଡକ୍ଟରେ ଏହାକୁ ବ୍ୟବହାର କରାଯାଇଥାଏ। ଏହାକୁ ସେନ୍‌ସିଟିଭ୍‌ ସ୍କିନ୍‌ରେ ଲଗାଇବା ଦ୍ୱାରା ମଧ୍ୟ ତାହା ମଶ୍ଚରାଇଜ୍‌ଡ୍‌ ରହିଥାଏ।

ସ୍କିନ୍‌ ଟୋନ୍‌ ଡାର୍କ ଥିଲେ କିମ୍ବା ମୁହଁରେ ଡାର୍କ ସ୍ପଟ୍‌ ଥିଲେ ଅନେକେ ବିଭିନ୍ନ ପ୍ରକାର ଫେୟାରନେସ୍‌ ପ୍ରଡକ୍ଟ ବ୍ୟବହାର କରିଥାନ୍ତି। କିନ୍ତୁ ଆପଣ ଚାହିଁଲେ ସଜନାଶାଗ ପେଷ୍ଟକୁ ଲଗାଇପାରିବେ। ଏହା ସ୍ପଟ୍‌ଲେସ୍‌ କରିବା ସହ ସ୍କିନ୍‌ଟୋନ୍‌ ବଢାଇ ତ୍ୱଚାକୁ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରିଥାଏ।

ସଜନା ତେଲରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଭରି ରହିଛି, ଯାହାକି ବ୍ରଣ ସମସ୍ୟା ଦୂର କରିଥାଏ। ସଜନାଶାଗକୁ ପେଷ୍ଟ କରି ବି ଆପଣ ବ୍ରଣ ହୋଇଥିବା ସ୍ଥାନରେ ଲଗାଇଲେ ଉପକୃତ ହେବେ।

ସଜନାଶାଗ ଗୁଣ୍ଡ ଲଗାଇବା ସହିତ ଖାଇଲେ ତ୍ୱଚା ପାଇଁ ଲାଭଦାୟକ। ସଜନା ଶାଗ, ଛୁଇଁ ଖାଇବା ଦ୍ୱାରା ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। ଫଳରେ ବ୍ରଣ ଏବଂ ଅନ୍ୟ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ବି ଦୂର ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More