Only for Entertainment

ଆସନ୍ତୁ ଜାଣିବା କାନ ଫୋଡିବାର ଫାଇଦା ସମ୍ବନ୍ଧରେ କିଛି ତଥ୍ୟ ।

ytimg
0 163

ହିନ୍ଦୁ ଧର୍ମର ବ୍ରାହ୍ମଣ ସମାଜରେ ଶୁଭ ତିଥି ଓ ବାର ଅନୂଯାୟୀ ପିଲାମାନଙ୍କ କାନ ଫୋଡା ଯାଇଥାଏ । କାନ ଫୋଡିବା ଦ୍ୱାରା କାନରେ ଥିବା ସମସ୍ତ ଶୀରା ପ୍ରଶିରା ସକ୍ରିୟ ହୋଇଯାଏ । କେବଳ ଭାରତରେ ନୁହେଁ ସାରା ଦେଶରେ କାନ ଫୋଡା ଯାଇଥାଏ । କିନ୍ତୁ ଆଜିକାଲିର ପରିବର୍ତ୍ତନ ଫ୍ୟାସନ ଓ ଟ୍ରେଣ୍ଡ ଅନୁସାରେ ପିଲାମାନେ କାନ ଫୋଡିଥାନ୍ତି । ଆପଣମାନେ ଜାଣିଥିବେ କେବଳ ଫ୍ୟାସନ ଲାଗି କାନ ଫୋଡା ଯାଏ । କିନ୍ତୁ ଆପଣମାନେ କେବେ ଭାବିଛନ୍ତି କି କାନ ଫୋଡିବା ଦ୍ୱାରା ଶରୀରରେ ଅନେକ ଫାଇଦା ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ….

ମସ୍ତିଷ୍କ ବିକାଶ
କାନର ତଳ ଭାଗରେ ଏକ ବିନ୍ଦୁ ରହିଛି । ଯାହା ମସ୍ତିଷ୍କର ବାମ ଓ ଦକ୍ଷିଣ ଗୋଲାର୍ଦ୍ଧ ସହ ସଂଯୋଗ ହୋଇଥାଏ । ଯେତେବେଳେ ଏହି ବିନ୍ଦୁ ଉପରେ ଫୋଡା ଯାଇଥାଏ ସେତେବେଳେ କାନର ସମସ୍ତ ଅଂଶ ସକ୍ରିୟ ହୋଇଉଠେ ।

ଆଖି ଶକ୍ତି ବୃଦ୍ଧି
ଆକ୍ୟୁପଂକଚର ଅନୁସାରେ କାନର ତଳ ଭାଗରେ ଏକ କେନ୍ଦ୍ର ବିନ୍ଦୁ ଅଛି । ଯେଉଁଠି ଆଖିର ଶିରା ପାଖାପାଖି ଥାଏ । ସେହି ବିନ୍ଦୁକୁ ଚିପିବା ଦ୍ୱାରା ଆଖି ଶକ୍ତି ବୃଦ୍ଧି ହୋଇଥାଏ ।

ସୁସ୍ଥ କାନ
ଯେଉଁ ସ୍ଥାନରେ କାନ ଫୋଡାଯାଇଥାଏ । ସେହି ସ୍ଥାନରେ ଏକ ବିନ୍ଦୁ ଥାଏ । ଯାହା ସଫା ଶୁଣିବାରେ ସାହାର୍ଯ୍ୟ କରିଥାଏ ।

ଲକ୍ୱା ନାମକ ରୋଗରୁ ମୁକ୍ତି
ବୈଜ୍ଞାନିକଙ୍କ ଅନୁସାରେ କାନ ଫୋଡିବା ଦ୍ୱାରା ଲକ୍ୱା ନାମକ ରୋଗରୁ ମୁକ୍ତି ମିଳିଥାଏ ।

ଚିନ୍ତାରୁ ମୁକ୍ତି
ଆକ୍ୟୁପଂକଚର ଅନୁଯାୟୀ , ଯେତେବେଳେ କାନ ଫୋଡା ଯାଇଥାଏ ସେତେବେଳେ କେନ୍ଦ୍ର ବିନ୍ଦୁ ଉପରେ ଚାପ ପଡିବା କାରଣରୁ ମାନସିକ ରୋଗ ଏବଂ ମନରୁ ଭୟ ଦୂର ହୋଇଥାଏ ।

ଏକାଗ୍ରତା ବୃଦ୍ଧି
କାନ ଫୋଡିବା ଦ୍ୱାରା ମସ୍ତିଷ୍କରେ ଶକ୍ତି ବୃଦ୍ଧି ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More