Only for Entertainment

ଗର୍ଭାବସ୍ଥାରେ ନିୟମିତ ଖାଆନ୍ତୁ ତୁଳସୀ ପତ୍ର, ମିଳିବ ଅନେକ ଫାଇଦା

Ayurvedic Upchar
0 36

ହିନ୍ଦୁଧର୍ମରେ ତୁଳସୀର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ତୁଳସୀକୁ ପୂଜା କରିବା ସହିତ ଅନେକ ଔଷଧିୟ କାର୍ଯ୍ୟରେ ମଧ୍ୟ ପ୍ରୟୋଗ କରାଯାଇଥାଏ । ଔଷଧିୟ ଗୁଣରେ ଭରପୁର ତୁଳସୀ ଗର୍ଭବତୀ ମହିଳା ମାନଙ୍କ ପାଇଁ କୌଣସି ବରଦାନ ଠାରୁ କମ ନୁହେଁ । ସବୁଠାରୁ ବଡ କଥା ହେଉଛି ଏହା ସପୂର୍ଣ୍ଣ ସୁରକ୍ଷିତ । ତେବେ ଆସନ୍ତୁ ଜଣିବା ଗର୍ଭାବସ୍ଥାରେ ତୁଳସୀ ପତ୍ର ଖାଇବାର ଫାଇଦା ।

  • ଗର୍ଭବସ୍ଥାରେ ତୁଳସୀ ପତ୍ର ନିୟମିତ ଖାଇବା ଦ୍ୱାରା ସଂକ୍ରମଣର ଆଶଙ୍କା କମ ହୋଇଥାଏ । ତୁଳସୀ ପତ୍ରରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଥାଏ । ଏହା ସହିତ ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ମଧ୍ୟ ତୁଳସୀ ସହାୟକ ହୋଇଥାଏ । ତୁଳସୀ ପତ୍ରରେ ହିଲିଂ କ୍ୱାଲିଟି ରହିଥାଏ ଯାହା କ୍ଷତ ଭରିବାରେ ସହାୟକ ହୋଇଥାଏ ।
  • ନିୟମିତ ତୁଳସୀର ଦୁଇଟି ପତ୍ର ଖାଇବା ଦ୍ୱାରା ଶରୀରରେ ରକ୍ତ ଅଭାବ ଦେଖାଯାଇନଥାଏ । ଗର୍ଭବସ୍ଥାରେ ଅଧିକାଂଶ ମହିଳାଙ୍କୁ ଏନେମିଆ ହୋଇଯାଇଥାଏ । ଏପରି ସ୍ଥିତିରେ ତୁଳସୀର ଦୁଇଟି ପତ୍ର ଖାଇବାକୁ ପରାମର୍ଶ ଦିଆଯାଇଥାଏ ।
  • ତୁଳସୀ ପତ୍ରରେ ‘ଭିଟାମିନ-ଏ’ ମିଳିଥାଏ । ଏହା ଭୂଣର ବିକାଶରେ ସହାୟକ ହୋଇଥାଏ ।
  • ତୁଳସୀ ପତ୍ରରେ ମ୍ୟାଗ୍ନେସିୟମ ମଧ୍ୟ ରହିଥାଏ । ଏହା ଶିଶୁର ହାଡକୁ ମଜବୁତ କରିବାରେ ଏବଂ ବିକାଶରେ ସାହାର୍ଯ୍ୟ କରିଥାଏ । ଏଥିସହିତ ତୁଳସୀରେ ଥିବା ମାଙ୍ଗାନିଜ ଟେନସନ କମ କରିବାକରେ ସହାୟକ ହୋଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More