Only for Entertainment

ପାରିବାରିକ ସମ୍ପର୍କକୁ ମଜବୁତ କରେ ‘ଫ୍ୟାମିଲି ଡିନର’ !

Country Living Magazine
35

ବର୍ତ୍ତମାନ ସମୟରେ ପୂରା ପରିବାର ଏକାଠି ବସି ଖାଇବାର ଧାରା ଦେଖିବାକୁ ମିଳୁନାହିଁ । ଗୋଟିଏ ସମୟ ଥିଲା ଯେତେବେଳେ ପରିବାରର ସମସ୍ତେ ଗୋଟିଏ ସ୍ଥାନରେ ବସି ଏକାଠି ଖାଉଥିଲେ । କର୍ମ ବ୍ୟସ୍ତତା, ଦାୟିତ୍ୱ ଓ ଅନ୍ୟ କାରଣରୁ ଏହା ଆଉ ହେଉନାହିଁ । ଯେତେବେଳେ ଟିକିଏ ସମୟ ମିଳୁଛି ପରିବାର ସହ କଥାବାର୍ତ୍ତା ହେବା ବଦଳରେ ଟିଭି ଦେଖିବାକୁ, ମୋବାଇଲ ଗେମ୍‍ ଖେଳିବାକୁ ଅନେକ ପସନ୍ଦ କରୁଛନ୍ତି । ମାତ୍ର ମନେ ରଖିବା ଦରକାର ଯେ, ପାରିବାରିକ ବନ୍ଧନକୁ ମଜବୁତ କରିବାକୁ ହେଲେ ଏକାଠି ସମସ୍ତେ ଖାଇବା ମଧ୍ୟ ବେଶ ମହତ୍ୱ ରଖେ । ଆଉ ଏହି କ୍ଷେତ୍ରରେ ଘରର ମହିଳାମାନେ ମଧ୍ୟ ବଡ଼ ଭୂମିକା ନେବା ଦରକାର ।

The-Benefits-of-Family-Dinner

ନିକଟରେ ଏକ ଗବେଷଣାରୁ ଜଣାପଡିଛି ଯେ, ଏକୁଟିଆ ଖାଉଥିବା ବ୍ୟକ୍ତିଙ୍କ ତୁଳନାରେ ପରିବାର ସହିତ ଏକାଠି ଖାଉଥିବା ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ବେଶ ଭଲ ରହିଥାଏ । ବିଶେଷ କରି ପରିବାର ସହ ମିଶି ଖାଉଥିବା ବ୍ୟକ୍ତିମାନେ ଅଧିକ ଫଳ ଓ ପନିପରିବା ଖାଇଥାନ୍ତି । ସେହିପରି ପରିବାର ସହ ଏକାଠି ବସି ଖାଉଥିବା ବ୍ୟକ୍ତିମାନଙ୍କର ମାନସିକ ଶାନ୍ତି ମଧ୍ୟ ବେଶ ଭଲ ରହିଥାଏ । କାରଣ ପରସ୍ପର ମଧ୍ୟରେ ଚର୍ଚ୍ଚା ଓ ଆଲୋଚନା ଅନେକ ସମସ୍ୟାର ସମାଧାନର ବାଟ କାଢିଥାଏ । ସେହିପରି ଏହାଦ୍ୱାରା ପରିବାରର ପ୍ରତ୍ୟେକଙ୍କ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହୋଇଥାଏ । ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ପାରିବାରିକ ସମ୍ପର୍କକୁ ମଜବୁତ କରିବାରେ ମହିଳାମାନଙ୍କର ଭୂମିକା ସବୁଠୁ ଅଧିକ । ତେଣୁ ପରିବାରର ସୁଖ,ଶାନ୍ତି ପାଇଁ ମହିଳାମାନେ ଏହି ଦିଗ ପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More