Only for Entertainment

ଜାଣନ୍ତୁ କେତେ ଉପକାରୀ ବରଫ

Public Domain Pictures
0 62

ବରଫର ବ୍ୟବହାର କିଏ ସୌନ୍ଦର୍ଯ୍ୟ ବର୍ଦ୍ଧକ ଭାବେ କରନ୍ତି ତ କିଏ ପାନୀୟରେ ବରଫ ପକାଇ ପିଅନ୍ତି । କେହି କେହି ଗରମ ଦାଉରୁ ରକ୍ଷା ପାଇବା ପାଇଁ ଦେହରେ ବରଫ ଲଗାଇଥାନ୍ତି । ବିଶେଷ କରି ବରଫର ବ୍ୟବହାର ଅଧିକ ଖରାଦିନେ କରାଯାଏ । ତବେ ଏହା ବ୍ୟତୀତ ବରଫକୁ ଆହୁରି ଅନେକ କର୍ଯ୍ୟରେ ବ୍ୟବହାର କରାଯାଇପାରିବ । ଆସନ୍ତୁ ଜାଣିବା ବରଫକୁ ଅନ୍ୟ କେଉଁ କାର୍ଯ୍ୟରେ ବ୍ୟବହାର କରିହେବ ।

  • ଯଦି ଆପଣଙ୍କ ଖାଦ୍ୟ ହଜମ ହେଇନାହିଁ ତେବେ ବରଫ ଖାଇ ନିଅନ୍ତୁ । ଖାଦ୍ୟ ଶୀଘ୍ର ହଜମ ହୋଇଯିବ ।
  • ପିତା ଔଷଧ ଖାଇବା ପୂର୍ବରୁ ପାଟିରେ ବରଫ ରଖି ଦିଅନ୍ତୁ ଔଷଧ ପିତା ଲାଗିବ ନାହିଁ ।
  • ପ୍ଲାଷ୍ଟିକରେ ବରଫ ଭର୍ତ୍ତି କରି ମୁଣ୍ଡରେ ରଖିଲେ ମୁଣ୍ଡ ବିନ୍ଧା ଭଲ ହୋଇଥାଏ । ଏହାଦ୍ୱାରା ଆପଣଙ୍କୁ ଆରାମ ମିଳିଥାଏ ।
  • ଆଇବ୍ରୋ ସେପ୍ କରିବା ସମୟରେ ଯଦି ଅଧିକ କଷ୍ଟ ହେଉଛି ତେବେ ବରଫକୁ ସେହି ସ୍ଥାନରେ ଘସିବା ପରେ ସେପ୍ କରନ୍ତୁ କଷ୍ଟ ଜଣା ପଡିବ ନାହିଁ । ଆଇବ୍ରୋ ସେପ୍ କରିବା ସମୟରେ ଯଦି ଖଣ୍ଡିଆ ହୋଇଯାଏ ତେବେ ସେହି ସ୍ଥାନରେ ବରଫ ଲଗାନ୍ତୁ ।
  • ନାକରୁ ରକ୍ତ ବାହାରିଲେ ବରଫକୁ ଏକ କପଡାରେ ଗୁଡାଇ ନାକର ଚାରି ପାଖରେ ରଖନ୍ତୁ । କିଛି ସମୟ ପରେ ରକ୍ତ ବାହାରିବା ବନ୍ଦ ହୋଇଯିବ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More