Only for Entertainment

ଡିହାଇଡ୍ରେସନ ସହିତ ଅନେକ ସମସ୍ୟାରୁ ମୁକ୍ତି ଦିଏ ଜଲଜିରା !

Indobase
0 44

ଖରା ଦିନରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇଥାଏ । ଏହା ମଧ୍ୟରେ ରହିଛି ଡିହାଇଡ୍ରେସନ୍ ବା ନିର୍ଜଳୀକରଣ । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ସହଜ ଉପାୟ ହେଉଛି ଜଲଜିରା । ଜଲଜିରାରେ କଳା ଲୁଣ, ଲେମ୍ବୁ ,ପୁଦିନା, ଅଦା , ମିଶାଇ ପିଇଲେ ସୁସ୍ୱାଦୁ ତ ଲାଗିଥାଏ ଏହା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭ ଦାୟକ ହୋଇଥାଏ । ଏହା ବାଦ୍ ଜଲଜିରାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି ।

ଜଲଜିରା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ । ଜଲଜିରାରେ କଳା ଲୁଣ ପକାଇ ପିଇଲେ ପେଟରେ ହୋଇଥିବା ଗ୍ୟାସ୍ ଭଲ ହୋଇଥାଏ ।

ଏହା ସହ ଛାତି ପୋଡୁଥିଲେ ଜଲଜିରା ପିଇବା ଦ୍ୱାରା ଆରାମ ମିଳିଥାଏ ଏବଂ ଶରୀରକୁ ରିହାଇଡ୍ରେଟ୍ କରିଥାଏ ।
ଜଲଜିରାରେ ଜିରା ମିଶାଇ ପିଇଲେ ଆମୋନିଆରୁ ମୁକ୍ତି ମିଳିଥାଏ । ଏହା ସହ ପ୍ରତିରୋଧକ ଶକ୍ତି ବଢିବା ସହ ଶରୀର ଥଣ୍ଡା ରହିଥାଏ ।

ଜଲଜିରା ପେଟ କାଟିବା , ବାନ୍ତି ହେବା ଏବଂ ଗ୍ୟାସ୍ ସମସ୍ୟାରୁ ଆରାମ ଦେଇଥାଏ ।

ଯଦି ଆପଣ ଓଜନ କମାଉଛନ୍ତି ତେବେ ସୋଡା ଡ୍ରିଙ୍କସ ନପିଇ ଜଲଜିରା ପାଣି ପିଅନ୍ତୁ । ଏହା ଶରୀରକୁ ହାଇଡ୍ରେଟ୍ ରଖିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More