Only for Entertainment

ରୋଗ ପ୍ରତିରୋଧକ ଶକ୍ତି ବଢାଏ ବରକୋଳି !

Feedipedia
0 44

ବରକୋଳି ଔଷଧୀୟ ଗୁଣରେ ଭରପୂର । ଏହା ଶରୀରକୁ ସୁସ୍ଥ ରଖିବା ସହ ଆବଶ୍ୟକ ମାତ୍ରାରେ ଜଳ ଯୋଗାଇଥାଏ । ଶରୀରରେ ରକ୍ତ ପ୍ରବାହକୁ ନିୟନ୍ତ୍ରଣ କରିଥାଏ । ବରକୋଳିରେ ଆଂଟି ଅକ୍ସଡେଂଟ ଗୁଣ ଥିବାରୁ ତ୍ୱଚା ଓ ଶୁଦ୍ଧ ରକ୍ତ ପାଇଁ ଉପଯୋଗୀ । ତେବେ ଆସନ୍ତୁ ଜାଣିବା ବରକୋଳିର କେତେକ ଉପକାରୀତା ସମ୍ବନ୍ଧରେ ।

  • ଚିନ୍ତାରୁ ମୁକ୍ତି – ଶରୀରକୁ ଚିନ୍ତାରୁ ଦୂରେଇ ରଖିବା ଭଳି ଗୁଣ ବରକୋଳିରେ ଅଛି । ଏହାକୁ ନିୟମିତ ଖାଇବା ଦ୍ୱାରା ସ୍ନାୟୁକୁ ଆରାମ ମିଳିବା ସହ ଚିନ୍ତା ଜନିତ ସମସ୍ୟାକୁ ଦୂରେଇ ରଖେ ।
  • ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି – ବରକୋଳି ଖାଇବା ଦ୍ୱାରା ଏଥିରେ ଥିବା ଆଂଟିଅକ୍ସିଡାଂଟ ଗୁଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଶରୀରକୁ ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ ।
  • ସୁସ୍ଥ ଲିଭର – ବରକୋଳିରେ ଆଂଟି ଅକ୍ସିଡାଂଟ ଗୁଣ ଥିବାରୁ ଏହା ଲିଭରକୁ ସୁସ୍ଥ ରଖିବାରେ ସହାୟତା ହୋଇଥାଏ । ଏହା ବ୍ୟତୀତ ଏହାର ଆଂଟି ଅକ୍ସିଡାଂଟ ଗୁଣ ଶରୀରର ମୁକ୍ତକଣାକୁ ଆକର୍ଷିତ କରିବା ସହ ଲିଭର ଉପରେ ପଡୁଥିବା ପ୍ରଭାବକୁ ପ୍ରତିରୋଧ କରିଥାଏ ।
  • ଓଜନ ନିୟନ୍ତ୍ରଣ – ଓଜନ କମ କରିବାକୁ ବରକୋଳି ଏକ ଉତ୍ତମ ଫଳ । ଏଥିରେ କ୍ୟାଲୋରୀର ମାତ୍ରା ବହୁ କମ ପରିମାଣରେ ଥିବା ବେଳେ ଫ୍ୟାଟର ମାତ୍ରା ମଧ୍ୟ କମ ରହୁଛି । ପ୍ରତି ୪ଟି ବରକୋଳିରେ ୧/୨ ଗ୍ରମାର ପ୍ରୋଟିନ ଶରୀରକୁ ମିଳିଥାଏ । ସେଓ ଭଳି ଏହାକୁ ପ୍ରତିଦିନ ଗୋଟାଏ ଲେଖାଏଁ ଖାଇବା ଦ୍ୱାରା ଏହା ଡାଏଟ କଣ୍ଟ୍ରୋଲ କରିବା ସହ ଅଂଟାରୁ ଚର୍ବି କମ କରିଥାଏ ।
  • ମଜବୁତ ଦାନ୍ତ, ହାଡ ଏବଂ ମାଂସପେଶୀ – ବରକୋଳିରେ ପ୍ରଚୁର ମାତ୍ରାରେ ଫସଫରସ, କ୍ୟାଲସିୟମ ଏବଂ ଆଇରନ ରହିଛି । ଏହା ହାଡ ସହିତ ଦାନ୍ତକୁ ବି ମଜଭୁତ କରିଥାଏ । ମାଂସପେଶୀକୁ ସୁସ୍ଥ ରଖିବାରେ ମଧ୍ୟ ଏହା ସହାୟତା ହୋଇଥାଏ ।
  • ସୁସ୍ଥ ପାଚନ କ୍ରିୟା- ସମୟ ସମୟରେ କିଛି ଖାଦ୍ୟ ଖାଇବା ଦ୍ୱାରା ସହଜରେ ହଜମ ହୋଇପାରି ନଥାଏ । ଯାହାଦ୍ୱାରା ଭୋକ ନ ଲାଗିବା ସହ ଆମ୍ବିଳା ହାକୁଡି ଆସିବା ଭଳି ସମସ୍ୟାମାନ ଦେଖାଦେଇଥାଏ । ବରକୋଳିକୁ ଶୁଖାଇ ଖାଇବା ଦ୍ୱାରା ଏଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ସହିତ ଠିକ ଭାବରେ ଭୋକ ଲାଗିନଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More