Only for Entertainment

ଲେମ୍ବୁ ପତ୍ର ଦେଇଥାଏ ଅନେକ ରୋଗରୁ ମୁକ୍ତି ! ଜାଣନ୍ତୁ କିପରି କରିବେ ବ୍ୟବହାର ।

Framepool & RightSmith
0 39
ଆପଣ ହୁଏତ ଲେମ୍ବୁପତ୍ର ବିଷୟରେ କେବେ ଅନୁଧ୍ୟାନ କରିନଥିବେ । ମାତ୍ର ଏହି ପତ୍ରର ଅନେକ ଉପକାରୀ ଗୁଣ ରହିଛି ଯାହା ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହୋଇଯିବେ । ଏହାକୁ ଆପଣ ଉତ୍ତମ ହଜମ ପ୍ରକ୍ରିୟା ଓ ପେଟ ସଫା ପାଇଁ ବ୍ୟବହାର କରିପାରନ୍ତି । ସ୍ନାୟୁ ଜନିତ ରୋଗ ଅନିଦ୍ରା, ବିବ୍ରତ ଲାଗିବା ଆଦି ପାଇଁ ମଧ୍ୟ ଏକ ଅବ୍ୟର୍ଥ ଔଷଧ ପରି କାର୍ଯ୍ୟ କରେ ।
ଆପଣ ଯଦି ଏପରି ସମସ୍ୟାର ସମାଧାନ ଚାହାନ୍ତି ତେବେ ଏକ ଚା’ କପରେ ଏକ କପ୍ ଗରମ ପାଣି ନିଅନ୍ତୁ। ସେଥିରେ ୫ରୁ ୭ଟି ଲେମ୍ବୁ ପତ୍ର ପକାଇ ୧୫ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ତା’ପେରେ ସେ ପତ୍ରକୁ କାଢ଼ି ଦେଇ ସେ ପାଣିକୁ ପିଅନ୍ତୁ । ଏହି ପରି ଭାବେ ଦୈନିକ ଦୁଇ ଥର ପିଇଲେ ମାସକ ଭିତରେ ରୋଗ ଭଲ ହୋଇଯିବ ।
ଉତ୍ତମ ନିଦ୍ରା ଓ ଭୋକ ପାଇଁ ଅନ୍ୟ ସବୁ ଔଷଧ ଅପେକ୍ଷା ଏହି ଲେମ୍ବୁ ପତ୍ର ଉପାୟଟି ଅଧିକ ଫଳପ୍ରଦ । ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନାହିଁ । ମାତ୍ର ଗୋଟାଏ ରାତିରେ ଆପଣଙ୍କ ସମସ୍ୟା ଦୂର ହୋଇଯିବ ବୋଲି ଭାବିବେ ନାହିଁ। ଅତି କମରେ ମାସଟାଏ ସମୟ ଲାଗିବ । ଏହା ବ୍ୟତୀତ ମୁଣ୍ଡବିନ୍ଧା, ଶ୍ୱାସ, କାସ ଆଦି ଅନେକ ସମସ୍ୟାର ସମାଧାନ ଏହି ପତ୍ରରେ ରହିଛି । ବିଶେଷ କରି ଶ୍ୱାସ ରୋଗୀମାନେ ଲେମ୍ବୁ ପତ୍ରକୁ ଗରମ ପାଣିରେ ପକାଇ ସେହି ପାଣିକୁ ଦୁଇ ସପ୍ତାହ ପିଇବା ପରେ ତାହାର ଫଳାଫଳ ନିଜେ ଅନୁଭବ କରିପାରିବେ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More