Only for Entertainment

ପ୍ରତ୍ୟେକ ଦିନ ଖାଦ୍ୟରେ ସାମିଲ କରନ୍ତୁ ଲିଚି, ମିଳିବ ଅନେକ ଫାଇଦା

Serving Joy
0 52

ଲିଚି ଖାଇବାକୁ କିଏ ବା ପସନ୍ଦ ନକରେ । ଏହା ପାଟିକୁ ସୁଆଦିଆ ଲାଗିବା ସହିତ ଶରୀର ପାଇଁ ମଧ୍ୟ ଦେଶ ଲାଭଦାୟକ । ଲିଚିରେ କର୍ବୋହାଇଡ୍ରାଇଡ, ଭିଟାମିନ-ଏ, ଭିଟାମିନ-ସି, ବି କମ୍ପପ୍ଲେକ୍ସ, ପୋଟାସିୟମ, କ୍ୟାଲସିୟମ ମ୍ୟାଗ୍ନେସିୟମ, ଫସଫୋରସ, ଆଇରାନ ଏବଂ ଅନେକ ମିନେରାଲ ପଦାର୍ଥ ମିଳିଥାଏ । ଏହି ସବୁ ପଦାର୍ଥ ଶରୀରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । କିନ୍ତୁ ଧ୍ୟାନ ରଖନ୍ତୁ ଏହାକୁ ଅଧିକ ମାତ୍ରାରେ ଖାଆନ୍ତୁ ନାହିଁ । ଅଧିକ ମାତ୍ରାରେ ଖାଇବା ଦ୍ୱାରା ଏହା ଶରୀର ପାଇଁ ହାନିକାରକ ହୋଇପାରେ ।

ଲିଚିରେ ବିଟା କ୍ୟାରୋଟିନ ଏବଂ ଓଲିଗୋନୋଲ ମିଳିଥାଏ । ଏହା ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଯଦି ହାର୍ଟ ସମସ୍ୟା ଲାଗିରହିଛି ତେବେ ଚିଲିକୁ ଖାଦ୍ୟରେ ସାମିଲ କରନ୍ତୁ ।

lychees

ଲିଚି ପେଟ ସମସ୍ୟାକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ । ଏହା ଇମ୍ୟୁନୋ ସିଷ୍ଟମକୁ ମଜବୁତ କରିବା ସହିତ କୋଷ୍ଠକାଠିନ୍ୟ ମଧ୍ୟ ଦୂର କରିଥାଏ ।

ଲିଚି ଓଜନ କମାଇବାରେ ମଧ୍ୟ ସହାୟକ ହୋଇଥାଏ । ଓଜନ କମାଇବାକୁ ଚାହୁଁଥିଲେ ପ୍ରତ୍ୟେକ ଦିନ ସକାଳେ ଏହାକୁ ଖାଦ୍ୟରେ ସାମିଲ କରନ୍ତୁ ।

Litchi-Fruit-Tree

ଲିଚି ଶରୀରକୁ ଥଣ୍ଡା ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ଗରମ ଦିନରେ ଶରୀରରେ ପାଣିର ସ୍ତର ହ୍ରାସ ହୋଇଥାଏ । ଲିଚି ଖାଇବା ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇଥାଏ ।

ଏହା ସହିତ ଲିଚି କ୍ୟାନସର କୋଷକୁ ବୃଦ୍ଧି ପାଇବାକୁ ଦେଇନଥାଏ । ଏକ ଗବେଷଣାରୁ ଜଣାପଡିଛି ଯେ ଲିଚିରେ କ୍ୟାନସର କୋଷ ସହିତ ଲଢିବାର ଗୁଣ ମିଳିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More