Only for Entertainment

ତ୍ୱଚାରେ ଚମକ ବଢାଇଥାଏ ମେଥି ! ଜାଣନ୍ତୁ କେମିତି କରିବେ ବ୍ୟବହାର

Hello Grandbaby
0 64

ମେଥିର ବ୍ୟବହାର ପୁରାତନ କାଳରୁ ରହି ଆସିଛି । ଆୟୁର୍ବେଦରେ ମେଥିର ଭୂମିକା ଅନନ୍ୟ । ଅନେକ ରୋଗକୁ ହରଣ କରିଥାଏ ମେଥି । ଏହାର ବ୍ୟବହାର କେବଳ ସ୍ୱାଦ ବଢାଇବା ଲାଗି ନୁହେଁ , ସୌନ୍ଦର୍ଯ୍ୟ ବଢାଇବାରେ ମଧ୍ୟ ମେଥି ସହାୟକ ହୋଇଥାଏ । ତେବେ ଜାଣନ୍ତୁ ମେଥି ଆମର କି କି ଉପକାର ଆଉ ଉପଚାରରେ ଆସିଥାଏ ।

• ମେଥିରୁ ପ୍ରସ୍ତୁତ ଫେସପ୍ୟାକ୍ ବ୍ରଣ , ଚର୍ମକୁଂଚନ, ବ୍ଲାକ୍ ହେଡସ ଆଦିରୁ ରକ୍ଷା କରିଥାଏ । ଅଳ୍ପ ପାଣିରେ ମେଥି ପକାଇ ପୁଟାଇବା ପରେ ସେହି ପାଣିରେ ମୁହଁ ଧୁଅନ୍ତୁ । ଆହୁରି ମଧ୍ୟ ମେଥି ପତ୍ରକୁ ବାଟି ତାକୁ ଲଗାଇ ପାରିବେ । ଏହାକୁ ଲଗାଇବା ପରେ ପ୍ରାୟ ୨୦ ମିନିଟ୍ ଛାଡି ମୁହଁକୁ ଧୋଇ ଦିଅନ୍ତୁ । ଏପରି କଲେ ମୁହଁରେ ଚମକ ବଢିଯିବ ।

• ଯଦି ଆପଣଙ୍କ ଚୁଟି ଝଡି ପତଳା ହୋଇଗଲାଣି ତେବେ ନଡିଆ ତେଲରେ ମେଥି ପକାଇ ସିଝାଇ ଦିଅନ୍ତୁ । ଏହି ତେଲକୁ ରାତି ସାରା ରଖି ପରଦିନ ସକାଳେ ଲଗାନ୍ତୁ । ଏପରି ନିୟମିତ କଲେ ବାଳ ଝଡିବା କମି ଯାଇଥାଏ ।

• ମୁଣ୍ଡରେ ମେଥି ଦାନାର ପେଷ୍ଟ ଲଗାଇଲେ ଚୁଟି କଳା ହେବା ସହ ଘନ ହୋଇଥାଏ ।

• ଗୋଟିଏ ଚାମଚ୍ ଲମ୍ବୁ ରସ, ମହୁ ସହ ମେଥି ଖାଇବା ଦ୍ୱାରା ଥଣ୍ଡା, ଜ୍ୱର, କାଶ ଏବଂ ଗଳାକଷ୍ଟରୁ ରକ୍ଷା ମିଳିଥାଏ ।

• ନିଜର ପ୍ରତିଦିନର ଖାଦ୍ୟରେ ଯଦି କିଛି ମେଥି ନିଅନ୍ତି ତେବେ ଏହା ଅମ୍ଳରୁ ରକ୍ଷା କରିବା ସହ ଛାତି ପୋଡାଜଳାରୁ ରକ୍ଷା କରିଥାଏ । ତେବେ ମେଥିର ବ୍ୟବହାର ପୂର୍ବରୁ ତାକୁ ପାଣିରେ ଭିଜାଇ ରଖନ୍ତୁ ।

• ମହିଳାଙ୍କର ଅନେକ ସମସ୍ୟାକୁ ମେଥି ଦୂର କରିଥାଏ । ମାସିକ ଧର୍ମ ସମୟରେ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଯେମିତି କି ବାନ୍ତି ଲାଗିବା, ଭଲରେ ନିଦ ନହେବା ପରି ସମସ୍ୟାକୁ ଏହା ଦୂର କରିଥାଏ ।

• ମଧୁମେହ ଠାରୁ ଦୂରେଇ ରହିବା ପାଇଁ ଚାହୁଁଥିଲେ ପ୍ରତିଦିନ ଏକ ଚାମଚ ମେଥିଦାନା ପାଉଡର୍ ପାଣି ସହ ସେବନ କରନ୍ତୁ । ଏହାବାଦ୍ ଏକ ଚାମଚ ମେଥିକୁ ଗୋଟେ କପ୍ ପାଣିରେ ରାତିସାରା ଭିଜାଇ ରଖନ୍ତୁ । ସକାଳୁ ଏହି ପାଣିକୁ ପିଅନ୍ତୁ । ଏହା ଦ୍ୱାରା ଓଜନ ମଧ୍ୟ ସନ୍ତୁଳିତ ରହିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More