Only for Entertainment

ପୋଦିନାର ୯ଟି ଚମତ୍କାରୀ ଗୁଣ

Epicurious
0 32

ଖାଇବାକୁ ସ୍ୱାଦିଷ୍ଟ ଲାଗୁଥିବା ପୋଦିନା ଶରୀର ପାଇଁ ବଡ଼ ଉପକାରୀ। ଇଂରାଜୀରେ ମିଣ୍ଟ ନାଁରେ ପରିଚିତ ପୋଦିନାରେ ରହିଛି ଅନେକ ଔଷଧୀୟ ଗୁଣ। ଏହା ଏକ ଭଲ ମାଉଥ୍‌ଫ୍ରେସ୍‌ନର ମଧ୍ୟ। ତେବେ ଆସନ୍ତୁ ଜାଣିବା ପୋଦିନାର କିଛି ଚମତ୍କାରୀ ଗୁଣ ସଂପର୍କରେ-

  • ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ପୋଦିନା ପତ୍ରକୁ ବ୍ୟବହାର କରନ୍ତୁ। ପୋଦିନା ପତ୍ରର ରସରେ ପାଣି ମିଶାଇ କୁଳି କଲେ ପାଟିରୁ ବାହାରୁଥିବା ଦୁର୍ଗନ୍ଧ ଦୂର ହୋଇଥାଏ।
  • ଶରୀରର କୌଣସି ସ୍ଥାନରେ କ୍ଷତ ହୋଇଥିଲେ ପୋଦିନା ପତ୍ରକୁ ବାଟି ତା’ର ରସକୁ ସେହି ଜାଗାରେ ଲଗାଇ ଦିଅନ୍ତୁ। ଘା’ ଶୀଘ୍ର ଶୁଖି ଯିବ। ଘା’ ସ୍ଥାନରୁ ବାହାରୁ ଥିବା ଦୁର୍ଗନ୍ଧ ମଧ୍ୟ ଦୂର ହୋଇଯିବ।
  • ଅନେକ ପ୍ରକାର ଚର୍ମରୋଗକୁ ନାଶ କରିଥାଏ ପୋଦିନା। ଚର୍ମ ରୋଗ ହେଲେ ପୋଦିନା ପତ୍ରର ପ୍ରଲେପ ଲଗାଇବା ଦ୍ୱାରା ଆରାମ ମିଳିଥାଏ।
  • ଖରା ଦିନେ ଅଂଶୁଘାତ ହୁଏ। ଅଂଶୁଘାତ ଆକ୍ରାନ୍ତଙ୍କୁ ପୋଦିନା ରସ ପିଇବାକୁ ଦେଲେ ଭଲ। ଖରାରେ ବାହାରକୁ ଯିବା ପୂର୍ବରୁ ବି ଆପଣ ପୋଦିନା ରସ ପିଇ ପାରିବେ।
  • ବାନ୍ତି ହେଉଥିଲେ ଅଧା କପ୍ ପୋଦିନା ରସକୁ ଦୁଇ ଘଣ୍ଟା ବ୍ୟବଧାନରେ ରୋଗୀକୁ ପିଆନ୍ତୁ। ବାନ୍ତି ବନ୍ଦ ହୋଇଯିବ।
    ଖାଦ୍ୟ ହଜମ ହେବାରେ ଅସୁବିଧା ହେଉଥିଲେ ପୋଦିନା ରସକୁ ପାଣିରେ ମିଶାଇ ପିଇଲେ ଉପଶମ ମିଳେ।
  • ପେଟ ବ୍ୟଥା ହେଉଥିଲେ ପୋଦିନାକୁ ଜୀରା, ହେଙ୍ଗୁ, ଗୋଲମରିଚ ଓ ଲୁଣ ସହିତ ମିଶାଇ ପିଅନ୍ତୁ। ପେଟ ବ୍ୟଥା ଦୂର ହୋଇଯିବ।
    ପ୍ରସବ ବେଦନା ସମୟରେ ମହିଳାମାନେ ପୋଦିନା ରସ ପିଇଲେ ସୁରୁଖୁରୁରେ ପ୍ରସବ ହୋଇଥାଏ।
  • ପୋଦିନା ଖାଇବା ଦ୍ୱାରା ହାକୁଟି ସମସ୍ୟା ଦୂର ହୁଏ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More