Only for Entertainment

ଲିମ୍ବ ପତ୍ରରେ ଭରି ରହିଛି ଅନେକ ଔଷଧୀୟ ଗୁଣ, ଜାଣନ୍ତୁ କିପରି କରିବେ ବ୍ୟବହାର ।

Specialty Produce
33

ନିମ୍ବ ପତ୍ରରେ ଏମିତି କିଛି ଗୁଣ ରହିଛି ଯାହାଦ୍ୱାରା ଶରୀରକୁ ଲାଭ ମିଳିଥାଏ। ଚର୍ମ ଜନିତ କୌଣସି ସମସ୍ୟା ଦେଖାଗଲେ ଡାକ୍ତର ବି ନିମ୍ବ ପତ୍ର ବ୍ୟବହାର କରିବାକୁ ବ୍ୟବହାର କରିବାକୁ ପରାମର୍ଶ ଦେଇଥାନ୍ତି। ନିମ୍ବ ଚର୍ମର ଯତ୍ନ ନେବା ସହିତ ରକ୍ତକୁ ବି ସଫା କରିଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ନିମ୍ବ ପତ୍ର ଚୋବାଇବା ଦ୍ୱାରା ବି ଲାଭ ମିଳିଥାଏ।

କେଶକୁ ମଜବୁତ କରେ

ନିମ୍ବ ପତ୍ର ଚୋବାଇବା ଦ୍ୱାରା କେଶକୁ ଫାଇଦା ହୋଇଥାଏ। ନିମ୍ବ ପତ୍ର ଚୋବାଇବା ଦ୍ୱାରା କେଶରେ ରୂପି ହୋଇନଥାଏ। ଏହା ବ୍ୟତୀତ ନିମ୍ବ ପତ୍ରକୁ ପାଣିରେ ଫୁଟାଇ ସେହି ପାଣିରେ କେଶକୁ ଧୋଇଲେ କେଶର ଅନ୍ୟ ସମସ୍ୟା ବି ଦୂର ହୋଇଥାଏ। ଏପରି କଲେ କେଶ ମଜବୁତ ହୁଏ।

ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି

ନିମ୍ବରେ ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ। ନିମ୍ବ ପତ୍ର ଚୋବାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ପତ୍ର ଚୋବାଇଲେ ଶରୀରରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯାଆନ୍ତି। ତେଣୁ ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ।

ହଜମ ଶକ୍ତି ବୃଦ୍ଧି

ନିମ୍ବ ଲିଭର ପାଇଁ ବେଶ୍ ଉପଯୋଗୀ। ନିମ୍ବ ପତ୍ର ଚୋବାଇଲେ ହଜମ ଶକ୍ତି ବୃଦ୍ଧି ହୁଏ। ଫଳରେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାରୁ ରକ୍ଷା ପାଇପାରିବେ।

ବିଭିନ୍ନ ପ୍ରକାର ସ୍କିନ ସମସ୍ୟା, ଇନ୍‌ଫେକ୍ସନ ଭଳି ସମସ୍ୟାରୁ ମୁକ୍ତି ପାଇବା ଅନେକ ନିମ୍ବର ବ୍ୟବହାର କରିଥାନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More