Only for Entertainment

ପାନପତ୍ରରେ ଭରି ରହିଛି ଅନେକ ଔଷଧିୟ ଗୁଣ, ଜାଣନ୍ତୁ କିପରି କରିବେ ବ୍ୟବହାର

Wikiwand
0 50

ଭାରତୀୟ ସଂସ୍କୃତିରେ ପାନର ସ୍ୱତନ୍ତ୍ର ଚାହିଦା ରହିଛି । ପୂଜା ପାଠ ହେଉ ବା ଅତିଥିଙ୍କ ସ୍ୱାଗତ ପାଇଁ ହେଉ ପାନକୁ ବ୍ୟବହାର କରାଯାଇଥାଏ । ପାନକୁ ମାଉଥ ପ୍ରେସ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ତେବେ କେବଳ ଏଥିପାଇଁ ନୁହେଁ ପାନରେ ଅନେକ ଔଷଧିୟ ଉପାଦାନ ଭରି ରହିଛି । ଯହା ଶରୀରର ବିଭିନ୍ନ ସମସ୍ୟାକୁ ଦୂର କରିଥାଏ । ତେବେ ଆସନ୍ତୁ ଜାଣିବା କିପରି କରିବେ ପାନର ବ୍ୟବହାର…

  • ଗୋଟିଏ ପାନପତ୍ରକୁ ଛେଚି ସେହି ରସରେ ଅଧ ଚାମଚ ମହୁ ମିଶାଇ ଚାଟି ଖାଇବା ଦ୍ୱାରା ଛାତିରେ ଜମା ହୋଇଥିବା କଫରୁ ଉପଶମ ମିଳିଥାଏ ।
  • ସଂଗୀତକାରମାନଙ୍କ କ୍ଷେତ୍ରରେ ପାନ ରସ ବହୁ ଉପକାରୀ । ଗୋଟିଏ ପାନପତ୍ର ରସରେ ୫ ବୁନ୍ଦା ମହୁ ଓ ୫ ବୁନ୍ଦା ଅଦାରସ ମିଶାଇ ସେବନ କଲେ ଖରାପ ଗଳା, ଥଣ୍ଡା, କାଶ, କଫ ଦୂର ହୋଇଥାଏ ।
  • ଶିଶୁ ବା ବୃଦ୍ଧ ରୋଗୀମାନଙ୍କର ଝାଡା ହେଉ ନଥିଲେ, ପାନଡେମ୍ଫକୁ ମଳଦ୍ୱାରରେ ଅଳ୍ପ କିଛି ସମୟ ପୁରାଇ ରଖିଲେ ସଙ୍ଗେ ସଙ୍ଗେ ଝାଡା ହୋଇଥାଏ ।
  • ପାନପତ୍ର ମକଚି କଳରେ ଜାକିଲେ ପାଇରିଆ ଓ ଦାନ୍ତ ରୋଗ ଦୂର ହୋଇଥାଏ ।
  • ପାନପତ୍ର ଆନ୍ତ୍ରିକ ରୋଗ ଓ କୃମିନାଶ ପାଇଁ ବହୁ ସାହାଯ୍ୟ କରିଥାଏ ।
  • କାନ ବିନ୍ଧୁଥିଲେ ଗୋଟିଏ ପାନପତ୍ର ରସକୁ ସାମନ୍ୟ ଉଷୁମ କରି କାନରେ ପକାଇଲେ କାନ ବିନ୍ଧା ଭଲ ହୋଇଥାଏ ।
  • ଚକ୍ଷୁର ଦୃଷ୍ଟିଶକ୍ତି କମି ଆସୁଥିଲେ ଏହି ରସକୁ ପାନ କରିବା ଦ୍ୱାରା ଦୃଷ୍ଟି ଶକ୍ତି ବଢିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More