Only for Entertainment

ଓଜନ ହ୍ରାସ କରିବା ପାଇଁ ଖାଦ୍ୟରେ ସାମିଲ କରନ୍ତୁ ପନିର

Ruchiskitchen
0 57

ଆଜିକାଲି ସମସ୍ତଙ୍କ ରୋଷେଇ ଘରେ ପନିରର ଆଦର । ପିଲାଠୁ ବୁଢ଼ା ଯାଏଁ ସମସ୍ତେ ପନିର ଖାଇବାକୁ ଭଲ ପାଆନ୍ତି। ଏକ ଖାଦ୍ୟ ଭାବରେ ପନିରର ରହିଛି ଅନେକ ଭଲ ଗୁଣ। ସେଗୁଡ଼ିକ ଜାଣନ୍ତୁ।

ପନିରରେ ଅଛି ଲେନୋଲିକ ଏସିଡ୍ । ଏହା ଶରୀରରେ ଅନାବଶ୍ୟକ ଚର୍ବି ହ୍ରାସ କରିବାରେ ସହାୟକ ହୋଇଥାଏ। ଏହା ଓଜନ ବଢ଼ାଏ ନାହିଁ।ପନିରରେ କ୍ୟାଲସିୟମ୍ ଅଛି। ତେଣୁ ହାଡ଼ ଲାଗି ଏହା ଉପକାରୀ। ପୁଣି ପନିରରେ ରହିଛି ଏମିନୋ ଏସିଡ୍ ।

matar paneer new

ଏହା ନିଦ ଭଲ ହେବାରେ ସାହାଯ୍ୟ କରେ।ପନିରରେ କିଛି ମାତ୍ରାରେ ଫସଫରସ୍ ଥାଏ। ତେଣୁ ଏହା ଦାନ୍ତ ଲାଗି ଭଲ ବୋଲି ଧରାଯାଏ। ପନିରର ଆଉ ଏକ ଭଲ ଗୁଣ ହେଲା ଏଥିରେ ଫାଇବର ରହିଛି। ତେଣୁ ଏହା ସହଜରେ ହଜମ ହୋଇଥାଏ।

ଭିଟାମିନ୍ କେ ଥିବାରୁ ପନିର ମସ୍ତିଷ୍କର କ୍ଷମତା ବଢ଼ାଇବାରେ ସହାୟକ ହୁଏ । ପନିରରେ ଓମେଗା-୩ ଫେଟି ଏସିଡ ରହିଥିବାରୁ ଗର୍ଭବତୀମାନଙ୍କ ଲାଗି ଏହା ଉପାଦେୟ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More