Only for Entertainment

ଆଳୁରସ ବୟସ୍କରେଖା ହଟାଇଥାଏ : ଆସନ୍ତୁ ଜାଣିବା ଏହାର ଫାଇଦା

30

ଆମେମାନେ ନିତିଦିନ ଆଳୁ ଖାଇଥାଉ,ଏବଂ ସମସ୍ତଙ୍କ ପନିପରିବାରେ ଆଳୁର ମାତ୍ରା ଅଧିକ ରହିଥାଏ । ଆଳୁ ଏମିତି ଏକ ପରିବା ଯାହା ସବୁ ତରକାରୀ ପାଇଁ ଦରକାର ପଡ଼ିଥାଏ । ଆଳୁ ଖାଇବାର ସ୍ୱାଦ ବଢେଇବା ସହିତ ଆଳୁ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ଅଟେ । ଆପଣ ମାନେ ଜାଣନ୍ତି କି ଆଳରସ ଆମ ତ୍ୱଚା ପାଇଁ କେତେ ଆବଶ୍ୟକ ଅଟେ ବୋଲି ?

ଆସନ୍ତୁ ଜାଣିବା ଆଳୁରସର ଉପକାରିତା

  • ଗୋଟେ ଚାମଚ ଆଳୁରସ ସହିତ ଅଳ୍ପ କଞ୍ଚ କ୍ଷୀର ଏବଂ କିଛି ବୁନ୍ଦା ଗ୍ଳିସେରିନ୍ ମିଶାଇ ପେଷ୍ଟ ବନାଇନ୍ତୁ ଏବଂ ଏହି ପେଷ୍ଟକୁ ଚେହେରା ଉପରେ ଲୋପନ କରି ୧୦-୧୫ ମିନିଟ୍ ରଖି ସାଧା ପାଣିରେ ଚେହେରାକୁ ସଫା କରିଦିଅନ୍ତୁ । ଏହି ଲୋପନ ଦ୍ୱାରା ଚେହେରା ରୁ ବୟସ୍କରେଖା ଦୂର ହୋଇଥାଏ । ଏହି ପେଷ୍ଟ ଆପଣ ନିୟମିତ ଳଗାଇପାରିବେ । ଏହା ତ୍ୱଚାର ଶୁକ୍ଷ୍ମତାକୁ ଠିକ୍ ରଖିଥାଏ । ବୟସ ବଢିବା ସହିତ ମୁହଁରେ ପଡ଼ୁଥିବା ସମସ୍ୟା ଏହି ପେଷ୍ଠ ବ୍ୱାରା ଭଲ ହୋଇଥାଏ । ଆଳୁ ଗୋଲ ଗୋଲ କରି କାଟି ଆଖିରେ ଉପରେ ୧୦ ମିନିଟ୍ ରଖି ପରେ ହାଲକା ନଖ ଉଷୁମ ପାଣିରେ ସଫା କରିଦେବେ,ଏହା ଦ୍ୱାରା ଆଖିର କଳାପଣ ଏବଂ କଳାରେଖା ସମସ୍ୟା ଦୂର ହୋଇଥାଏ ।
  • ଆଳୁରସ ଏବଂ ଟମାଟୋରସ ସମାନ ଭାଗ ରେ ମିଶାଇ ପେଷ୍ଟ ତିଆରି କରନ୍ତୁ , ଏବଂ ଏହି ପେଷ୍ଟକୁ ସବୁଦିନ ରାତିରେ ଶୋଇବା ବେଳେ ତୁଳା ସାହାଯ୍ୟରେ ମୁହଁରେ ଲଗାନ୍ତୁ ଏବଂ ସକାଳେ ସାଧା ପାଣିରେ ମୁହଁ ସଫା କରିଦିଅନ୍ତୁ । ଏହି ପ୍ୟାକ୍ ମୁହଁରୁ ବ୍ରଣଦାଗ,କଳାଦାଗ,ଏବଂ ବୟସ୍କରେଖା ଦୁର କରିବା ସହିତ ମୁହଁରେ ଗୋରାପଣ ଆଣିଥାଏ ।
  • ଏହା ବ୍ୟତୀତ ଆଳୁରସ ସହିତ ୨ ଚାମଚ ଲେମ୍ଭୁରସ, ଏବଂ ମୁଲତାନି ମାଟି ମିଶାଇ ପତଳା ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ ଏବଂ ଏହା ଶୁଖିଗଲା ପରେ ଖାଲିପାଣତରେ ସଫା କରନ୍ତୁ । ଏହି ପେଷ୍ଟ ମୁହଁରୁ ସବୁ ପ୍ରକାର ଦାଗକୁ ହଟାଇଥାଏ,ଓ ମୁହଁକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More