Only for Entertainment

ଜାଣନ୍ତୁ ଆଳୁରସର ଉପକାରୀତା

Health Expert Group
0 44

ଆଳୁର ଉପକାର ଯାହା ଥାଉନା କାହିଁକି ସମସ୍ତେ ଭାବନ୍ତି ଏହାକୁ ଖାଇଲେ ଓଜନ ବଢିଯାଏ । କିନ୍ତୁ ଏହା ଠିକ ନୁହେଁ । ଆଳୁରେ ପ୍ରଚୁର ପରିମାଣରେ ବିଭିନ୍ନ ମାଇକ୍ରୋନ୍ୟୁଟ୍ରିଆଣ୍ଟସ ରହିଛି । ଭିଟାମିନ ଏ, ସି, ବି, ଆଇରନ ଏବଂ ଫସଫରସ ବି ଏଥିରେ ରହିଛି । ଆଳୁରୁ ପୋଟାସୟିମ, ମ୍ୟାଗ୍ନେସିୟମ, ଫାଇବର ବି ମିଳିଥାଏ । ଶରୀରରୁ ବିଷାକ୍ତ ତତ୍ୱ ବାହାର କରିବାରେ ଓ ଏସିଡିଟି ରେଗୁଲେସନରେ ଆଳୁର ଭୂମିକା ରହିଛି । ଆଳୁ ରସ ମଧ୍ୟ ଉପକାରୀ ବୋଲି ବିଶେଷଜ୍ଞମାନେ କହିଛନ୍ତି । ତେବେ ଆସନ୍ତୁ ଜାଣିବା ଆଳୁରସର ଉପକାରୀତା ସମ୍ବନ୍ଧରେ ।

– ଆଳୁ ରସ ପିଇଲେ । ଶାରୀରିକ ପ୍ରଦାହ ଦୂର ହୁଏ ।

– ଆଳୁ ରସ ତ୍ୱଚାର ଦାଗ, କଳା ଚିହ୍ନ ଆଦି ଦୂର କରିଥାଏ ।

– ଏହା ନଖ କଡରେ ଥିବା ମୃତ ଚର୍ମକୁ ନରମ କରେ ।

– ତ୍ୱଚାରେ ଉଜ୍ଜ୍ୱଳତା ଆଣିବାରେ ସାହାଯ୍ୟ କରେ ।

– ଆଳୁ ଶାରୀରିକ ପ୍ରଦାହ ଓ ରକ୍ତଚାପ କମ କରିବାରେ ସାହାଯ୍ୟ କରେ । ନର୍ଭକୁ ଶାନ୍ତ ରଖେ ।

– ଆଖିଚାରିପାଖରେ କଳା ଦାଗ ଦୂର କରେ । ଆଖି ଭିତର ପାଖ ସ୍ନାୟୁକୁ ସୁସ୍ଥ ରଖେ ।

– ବୟସ୍କମାନେ ଆଳୁ ରସ ସହ ଦହି ଓ ମହୁ ମିଶାଇ ତ୍ୱଚାରେ ଲଗାଇବା ଫଳରେ ଅନେକ ଉପକାର ମିଳିଥାଏ । ଯୁବକମାନେ ଆଳୁରସରେ ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା ନରମ ଦୋଇଥାଏ । କାକୁଡି ରସ, ବେସନ, ଘିକୁଆଁରୀ ଓ ଅଲିଭ ଅଏଲ ମିଶାଇ ବି ବ୍ୟବହାର କରିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More