Only for Entertainment

ଅନେକ ରୋଗରୁ ରକ୍ଷା କରେ ଆଳୁଚୋପା !

boldsky
0 101

ଘରେ ଘରେ ଆଳୁର ବହୁଳ ବ୍ୟବହାର ହୋଇଥାଏ । ବିନା ଆଳୁରେ ରୋଷେଇ ଯେପରି ଅସମ୍ଭବ ଲାଗେ । କିନ୍ତୁ ଆଳୁ ଚୋପା ଖାଇବା କଥା ଆପଣ କେବେ ଚିନ୍ତା କରିଛନ୍ତି କି ? ଯଦି ନୁହେଁ ତେବେ ଆଗକୁ ନିଜ ଘରେ ଯେବେ ଆଳୁର ତରକାରୀ ତିଆରୀ ହେବ ଚୋପାକୁ ନଫୋପାଡି ଆପଣ ଏହାକୁ ରୋଗରୁ ରକ୍ଷା ପାଇବା ପାଇଁ ବ୍ୟବହାର କରି ପାରିବେ ଏବଂ ଔଷଧ ଖର୍ଚ୍ଚରୁ ମଧ୍ୟ ବଞ୍ଚିପାରିବେ ।

  • ଆଳୁରେ ପ୍ରଚୁର ପରିମାଣର ପୋଟାସିୟମ ଥାଏ । ପୋଟାସିୟମ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।
  • ଆଳୁ ଚୋପା ବିପାକ କ୍ରିୟାକୁ ଠିକ କରିବାରେ ସାହାଯ୍ୟ କରେ । ବିଶେଷଜ୍ଞଙ୍କ ମତ ଅନୁସାରେ ଆଳୁ ଚୋପା ଖାଇବା ଦ୍ୱାରା ସ୍ନାୟୁ ମଧ୍ୟ ସୁସ୍ଥ ରହେ ।
  • ଯହି ଆପଣ ଆଇରନ କମ ହେତୁ ଚିନ୍ତିତ ଅଛନ୍ତି ତେବ ଅନ୍ୟ ପରିବା ସହ ଆପଣ ଆଳୁ ଚୋପା ଖାଇବା ଆରମ୍ଭ କରିଦିଅନ୍ତୁ । ଏପରି କରିବା ଶରୀର ପାଇଁ ସ୍ୱାସ୍ଥ୍ୟକର ସାବ୍ୟସ୍ତ ହେବ । ଆଳୁ ଚୋପାରେ ଆଇରନ ମଧ୍ୟ ଭରପୁର ଥାଏ ।
  • ଆଳୁ ଚୋପାରେ ପ୍ରଚୁର ପରିମାଣରେ ଭିଟାମିନ ବି୩ ମିଳେ । ଏହି ଭିଟାମିନ ଶରୀରକୁ ମଜଭୁତ କରିବା ସହ ଶକ୍ତି ଯୋଗାଇଥାଏ ।
  • କେବଳ ଏତିକି ନୁହଁ ଆଳୁରେ ପ୍ରଚୁର ପରିମାଣରେ ଫାଇବର ମଧ୍ୟ ଭରି ରହିଥାଏ । ଏହା ଶରୀରର ପାଚନ କ୍ରିୟାକୁ ନିୟନ୍ତ୍ରଣ କରେ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More