ଦୋଳ ଯିବାର କିଛି ଦିନ ପରେ କଷି ଆମ୍ବ ପଖାଳରେ ଖାଇବାର ସ୍ୱାଦ ନିଆରା । ଏହାପରେ ଆମ୍ବ ଚଟଣୀ ଓ ଟାକୁଆ ଧରି ବଡ ହେବା ପରେ କଞ୍ଚା ଆମ୍ବକୁ ଖଟା କରାଯାଇଥାଏ । ଚଟଣୀ ଓ ଖଟା ବାଦ କଞ୍ଚା ଆମ୍ବ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର । ତେବେ ଆସନ୍ତୁ ଜାଣିବା କଞ୍ଚା ଆମ୍ବର ଉପକାରୀତା ଗୁଣ ସମ୍ବନ୍ଧରେ…
- ଯଦି ଆପଣଙ୍କର ଏସିଡିଟି ଗ୍ୟାସ ସମସ୍ୟା ରହିଛି ତେବେ କଞ୍ଚା ଆମ୍ବ ଖାଇବା ଖୁବ ଲାଭଦାୟକ ହୋଇଥାଏ । ପେଟରେ ସମସ୍ତ ପ୍ରକାର ବିକାର ଦୂର ହୋଇଥାଏ ।
- କଞ୍ଚା ଆମ୍ବ ନିୟମିତ ଖାଇବା ଫଳରେ ତ୍ୱଚା ଉଜ୍ୱଳ ହୁଏ ।
- ମଧୁମେହ ରୋଗରେ ପୀଡିତ ହୋଇଥିଲେ କଞ୍ଚା ଆମ୍ବ ଖାଆନ୍ତୁ । ଏହାଦ୍ୱାରା ଆପଣଙ୍କ ସୁଗାର ସ୍ତର କମ ହୋଇଯିବ । ଶରୀରରେ ଆଇରନ ଅଭାବ ରହିଥିଲେ ତାହା ମଧ୍ୟ ପୂରଣ ହୋଇପାରିବ ।
- ଏଥିରେ ଭିଟାମିନ-ସି ଭରପୂର ମାତ୍ରାରେ ରହିଛି, ଯାହାକି ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ ରଖିଥାଏ ।
- ଯଦି ଆପଣ ବିଷଦଗ୍ରସ୍ତ ତେବେ କଞ୍ଚା ଆମ୍ବ ଚଟଣୀ ବା ଅନ୍ୟ ରୂପରେ ଏହାକୁ ଏହାକୁ ଖାଇପାରିବେ ।