Only for Entertainment

ଜାଣନ୍ତୁ ମନ୍ଦିରରେ ଘଣ୍ଟି ବଜାଇବାର ମହତ୍ୱ

VideoBlocks
0 52

ସାଧାରଣରେ କୁହାଯାଏ ପୂଜା କରିବା ସମୟରେ ଘଣ୍ଟି ନିହାତି ବଜାଯାଏ। ବିଶ୍ୱାସ ରହିଛି ଘଣ୍ଟି ବଜାଇବା ଦ୍ୱାରା ଭଗବାନ ନିକଟରେ ଆମ ପ୍ରାର୍ଥନା ଶୀଘ୍ର ପହଞ୍ଚିଥାଏ। ତେଣୁ ମନ୍ଦିର ଭିତରେ ପଶିବା ପୂର୍ବରୁ ବଡ଼ ଘଣ୍ଟି ଲଗାଯାଇଥାଏ। ଏହା ଏକ ଧାର୍ମିକ ଭାବନା। ଏହାବାଦ ଘଣ୍ଟି ବଜାଇବାର ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଆସନ୍ତୁ ଜାଣିବା ଘଣ୍ଟି ବଜାଇବାର ସାଇଣ୍ଟିଫିକ୍ କାରଣ।

ବୈଜ୍ଞାନିକଙ୍କ ମତରେ ଘଣ୍ଟି ବଜାଇବା ଦ୍ୱାରା ଏକ କମ୍ପନ ସୃଷ୍ଟି ହୋଇଥାଏ। ଏହାଦ୍ୱାରା ସେଠାରେ ଥିବା ଜୀବାଣୁ ପଳାଇବା ସହ ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ପରିବେଶ ଶୁଦ୍ଧ ରହିଥାଏ। ଏଥିପାଇଁ ଘରର କବାଡ଼ ଓ ଝରକାରେ ଘଣ୍ଟି ବା ୱିଣ୍ଡ ଚେଇମସ୍ ଲଗାଯାଇଥାଏ। ଫଳରେ ଘରୁ ଜୀବାଣୁ ଦୂର ହୋଇଯାଇଥାଏ। ଘର ଶୁଦ୍ଧ ରହିବା ସହ ଖରାପ ଶକ୍ତି ଘରକୁ ପ୍ରବେଶ କରି ନଥାଏ।

bell

ପୌରାଣିକ କଥା ଅନୁସାରେ, ଯେବେ ଏହି ସଂସାର ଆରମ୍ଭ ହୋଇଥିଲା ସେତେବେଳେ ଯେଉଁ ଶଦ୍ଧ ଶୁଣାଯାଇଥିଲା ତାହା ଘଣ୍ଟି ବଜାଇବା ଦ୍ୱାରା ହୋଇଥିଲା। ତେଣୁ ଘଣ୍ଟିକୁ ଏହି ଶଦ୍ଧର ପ୍ରତୀକ ବୋଲି ଗ୍ରହଣ କରାଯାଇଥାଏ।

ଏହାସହିତ ଧାର୍ମିକ ମାନ୍ୟତା ଅନୁସାରେ, ଘଣ୍ଟି ବଜାଇବା ଦ୍ୱାରା ମନ୍ଦିରରେ ସଂସ୍ଥାପିତ ଦେବୀ-ଦେବତାଙ୍କ ମୂର୍ତ୍ତିଙ୍କ ଚେତନା ଜାଗୃତ ହୋଇଥାଏ। ଏହାପରେ ତାଙ୍କ ପୂଜା ଅଧିକ ଫଳଦାୟକ ଓ ପ୍ରଭାବଶାଳୀ ହୋଇଯାଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More