Only for Entertainment

ଶରୀର ପାଇଁ ଉପକାରୀ ଛତୁଆ, ଜାଣନ୍ତୁ ଏହାର ଉପକାରୀ ଗୁଣ ବିଷୟରେ ।

Hindustan Times
55

ପୂର୍ବରୁ ଛତୁଆକୁ ଗରିବଙ୍କ ଖାଦ୍ୟ ବୋଲି କୁହାଯାଉଥିଲା। ମାତ୍ର ଏବେ ଏହା ଲୋକପ୍ରିୟ ଖାଦ୍ୟରେ ପରିଣତ ହୋଇଛି। ପୋଷକ ତତ୍ତ୍ବରେ ଭରପୂର ଛତୁଆକୁ ସୁପରଫୁଡ୍‌ କୁହାଯାଉଛି, ଯାହାକୁ ସେବନ କରିବା ଦ୍ବାରା ଶରୀରକୁ ବହୁତ ଶକ୍ତି ମିଳୁଛି। ଛତୁଆରେ ଅଧିକ ମାତ୍ରାରେ ଆଇରନ,  ମାଙ୍ଗାନିଜ ଏବଂ  ମ୍ୟାଗ୍ନେସିୟମ ଅଧିକ ଓ ସୋଡିୟମ କମ୍‌ ରହିଥିବାରୁ ଏହା ଶରୀରକୁ ଥଣ୍ଡା ରଖେ।

ମଧୁମେହ ରୋଗୀଙ୍କ ପାଇଁ ଛତୁଆ ବହୁତ ଲାଭଦାୟକ। ଏହାକୁ ସେବନ କରିବା ଦ୍ବାରା ରକ୍ତ ସର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ। ଛତୁଆରେ ପ୍ରଚୁର ମାତ୍ରାରେ ଫାଇବର ରହିଛି। ଏହା ଶରୀରରେ କୋଲେଷ୍ଟ୍ରଲକୁ ଉତ୍ତମ ନିୟନ୍ତ୍ରଣରେ ରଖିଥାଏ। ଏଥିରେ ଅଧିକ ମାତ୍ରାରେ  ଫାଇବର ରହିଥିବାରୁ ଏହା ଅମ୍ଳରୁ ବଞ୍ଚାଏ ଏବଂ ଭଲ ଭାବେ ହଜମ ହୋଇଯାଇଥାଏ। ୧୦୦ ଗ୍ରାମ୍‌ ଛତୁଆରେ କାର୍ବୋହାଇଡ୍ରେଟ୍‌ର ମାତ୍ରା ୬୫ ପ୍ରତିଶତ ଏବଂ ପ୍ରୋଟିନ୍‌ର ମାତ୍ରା ୨୦ ପ୍ରତିଶତ ରହିଛି। ଆମ୍ବ ପଣା ଭଳି ଛତୁଆ ମଧ୍ୟ ସମର କୁଲର ଡ୍ରିଙ୍କ ଭଳି ବ୍ୟବହାର କରାଯାଏ। ଯାହା ଗରମ ଦୂର କରିବା ସହିତ ଲୁ’ ଲାଗିବାରୁ ବଞ୍ଚାଇଥାଏ। ଛତୁଆ ରକ୍ତଚାପ ନିୟନ୍ତ୍ରଣ କରିବାରେ ମଧ୍ୟ ସହାୟତା କରେ।

ହଜମ ପାଇଁ ଲାଭଦାୟକ
ଛତୁଆରେ ଇନ୍‌ସଲ୍ୟୁବଲ ଫାଇବର ରହିଛି, ଯାହା ଅନ୍ତନଳୀ ପାଇଁ ଲାଭଦାୟକ। ଏଥିସହିତ ଏହା କୋଷ୍ଠକାଠିନ୍ୟ ଓ ଏସିଡିଟି ସମସ୍ୟାକୁ ଦୂର କରେ। ଏହା ସହଜରେ ହଜମ ହୋଇଯିବା ସହ ପେଟ ସଫା ରଖିବାରେ ସହାୟତା କରେ।

ସୌନ୍ଦର୍ଯ୍ୟ ବଢ଼ାଏ
ଛତୁଆ ତ୍ବଚାର ଚମକ ବଢ଼ାଇବା ସହ ଏହାକୁ ହାଇଡ୍ରେଟ୍‌ ରଖେ। ଏଥିସହିତ ଏହା କେଶକୁ ଉତ୍ତମ ପୋଷକ ତତ୍ତ୍ବ ପ୍ରଦାନ କରିବାରେ ସହାୟତା କରେ। ଛତୁଆରେ ଥିବା ଆଇରନ ଆପଣଙ୍କୁ ଶକ୍ତି ଯୋଗାଇଥାଏ। ଯାହାଫଳରେ ଆପଣଙ୍କ ତ୍ବଚାର ଚମକ ଆସିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More