Only for Entertainment

ପାର୍ଟନର ସହିତ ଶୋଇଲେ ମିଳିଥାଏ ଅନେକ ଫାଇଦା, ଯାହା ଆପଣ ଆଗରୁ କେବେ ଶୁଣିନଥିବେ

Lipstiq
0 157

ଆପଣ ଜାଣନ୍ତି କି ଜଣଙ୍କ ସହିତ ଶୋଇବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ । ଆଜ୍ଞା ହଁ ଯଦି ଆପଣ ଜଣଙ୍କ ସହିତ ଖାସ କରି ପାର୍ଟନର ସହିତ ଶୋଇଥାନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ ଖୁବ ଲାଭଦାୟକ ରହିବ । ଆସନ୍ତୁ ଜାଣିବା ପାର୍ଟନର ସହିତ ଶୋଇବାର ଅନେକ ଫାଇଦା ବିଷୟରେ ।

  • ଏକ ଗବେଷଣାରୁ ଜଣାପଡିଛି ଯେ, ଏକା ଶୋଇବା ଅପେକ୍ଷା ଜଣଙ୍କ ସହିତ ଶୋଇବା ଲୋକଙ୍କ ଆୟୁଷ ଅଧିକ ହୋଇଥାଏ । ଏହା ସହିତ ଏପରି ବ୍ୟକ୍ତିମାନେ ସୁସ୍ଥ ଜୀବନ ଜାପନ କରିଥାନ୍ତି ।
  • ଯଦି ଆପଣଙ୍କର ଅନିଦ୍ରା ଭଳି ସମସ୍ୟା ଥାଏ ତେବେ ଜଣଙ୍କ ପାଖରେ ଶୋଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।
  • ଅଧ୍ୟୟନ ଅନୁସାରେ, କେବଳ ୧୦ ସେକେଣ୍ଡ ପାଇଁ ଯଦି ଆପଣ କାହାକୁ ଆଲିଙ୍ଗନ କରନ୍ତି ତେବେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ତେଣୁ ଶୋଇବା ସମୟରେ ପାର୍ଟନରଙ୍କୁ ଆଲିଙ୍ଗନ କରି ଶୁଅନ୍ତୁ ।
  • ପାର୍ଟନରଙ୍କୁ ଜାବୁଡି ଶୋଇବା ଦ୍ୱାରା କ୍ଲାନ୍ତ ଏବଂ ଚିନ୍ତା ଦୂର ହୋଇଥାଏ । ଏହା ଦ୍ୱାରା ଆପଣଙ୍କୁ ଏକୁଟିଆ ଲାଗିନଥାଏ ଏବଂ ଆପଣ ଚିନ୍ତା ମୁକ୍ତ ଅନୁଭବ କରିଥାନ୍ତି ।
  • ପାର୍ଟନରକୁ ଜାବୁଡି ଶୋଇବା ଦ୍ୱାରା ଶରୀରରେ ଗରମ ସୃଷ୍ଟି ହୋଇଥାଏ ଯାହା ଫଳରେ ରକ୍ତ ସଂଚାଳନ ଭଲଭାବେ ହୋଇଥାଏ ।
  • ଏକ ଗବେଷଣାରୁ ଜଣାପଡିଛି ଯେ ଜଣଙ୍କ ନିକଟରେ ଶୋଇବା ଦ୍ୱାରା ଚିନ୍ତା କରିବା ଏବଂ ମନେରଖିବାର କ୍ଷମତା ବୃଦ୍ଧି ହୋଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More