Only for Entertainment

ହିନ୍ଦୁ ପରମ୍ପରାର ପ୍ରତୀକ ହଳଦୀ, ଜାଣନ୍ତୁ ହଳଦୀ ସମ୍ବନ୍ଧରେ କିଛି କଥା

Remedies For Me
0 40

ବିବାହ ଭଳି ଏକ ସାମାଜିକ କର୍ମରେ ହଳଦୀର ପ୍ରମୁଖ ଭୂମିକା ରହିଛି । ହଳଦୀକୁ ଶୁଭରଙ୍ଗ ଭାବରେ ମଧ୍ୟ ଗ୍ରହଣ କରାଯାଇଥାଏ, ଏହା ବ୍ୟତିତ ହଳଦୀର ବହୁତ ଔଷଧୀୟ ଗୁଣ ମଧ୍ୟ ରହିଛି ।

ବିବାହ ପୂର୍ବରୁ ଆମ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଉଭୟ ବରଓ କନ୍ୟାଙ୍କୁ ହଳଦୀ ଲଗାଇବାର ବିଧି ରହିଛି । କିନ୍ତୁ ଏହି ହଳଦୀକୁ କାହିଁକି ବିବାହ ପୂର୍ବରୁ ଲଗାଯାଇଥାଏ । ହଳଦୀ ସମ୍ବନ୍ଧରେ ଜାଣିବା କିଛି କଥା ।

ହଳଦୀରେ ଚର୍ମ ରୋଗ ପ୍ରତିରୋଧକ ଶକ୍ତି ରହିଛି,ବିବାହ ସମୟରେ ନାନା ପ୍ରକାରର ପ୍ରସାଧନ ସାମଗ୍ରୀ ବ୍ୟବହୃତ ହେଉଥିବା ହେତୁ ଚର୍ମ ରୋଗର ଆଶଙ୍କା ରହିଥାଏ, ତେଣୁ ସେ ସବୁକୁ ଆଖି ଆଗରେ ରଖି ଘର ଲୋକେ ବର ଓ କନ୍ୟାଙ୍କୁ ବିବାହ ପୂର୍ବରୁ ହଳଦୀ ଲଗାଇ ଦେଇଥାଆନ୍ତି, ଯେମିତି ତାଙ୍କର ମୁହଁର କୈାଣସି କ୍ଷତି ହେବ ନାହିଁ ।

Turmeric-Powder-Capsule-Supplement-1280x637

ବିଶ୍ୱାସ ରହିଛି ଯେ ବିବାହ ପରେ ବ୍ୟକ୍ତିର ତ୍ୱଚାରେ ପୂର୍ବ ଅପେକ୍ଷା ଅଧିକ ଚମକ୍ ଆସିଥାଏ । ତାହା ମଧ୍ୟ ଏହି ହଳଦୀର ପ୍ରଭାବ ।

ହଳଦୀ ଲଗାଇବା ଦ୍ୱାରା ମୁହଁରୁ ବ୍ରଣ, କଳାଦାଗ ଆଦି ଦୂର ହେବା ସହ ମୁହଁ ପୂର୍ବାପେକ୍ଷା ଉଜ୍ୱଳ ଦିଶିଥାଏ । ତେବେ, ଉଭୟ ବର ଓ କନ୍ୟାଙ୍କ ପାଇଁ ସେ ସମୟରେ ସୁନ୍ଦର ଦେଖାଯିବା ଜରୁରି ମଧ୍ୟ ହୋଇଥାଏ ।

ଭାରତୀୟ ସଂସ୍କୃତିରେ ହଳଦୀ ରଙ୍ଗକୁ ଶୁଭ ରଙ୍ଗ ଭାବେ ଗ୍ରହଣ କରାଯାଇ ଥାଏ, ତେଣୁ ବିବାହ ପରି ଏକ ଶୁଭ ମାଙ୍ଗଳିକ କାର୍ଯ୍ୟରେ ହଳଦୀର ବ୍ୟବହାରକୁ ଲୋକେ ଗୁରୁତ୍ୱ ଦେଇଥାନ୍ତି ।

ନୂଆ କରି ଜୀବନ ଆରମ୍ଭ କରିବାକୁ ଯାଉଥିବା ନବ ଦମ୍ପତିଙ୍କ ସଂପର୍କର ପବିତ୍ରତା ପାଇଁ ହଳଦୀର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More