ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ଘରର ସୁଖଶାନ୍ତି ମଧ୍ୟ ବଜାୟ ରଖିଥାଏ ପାଉଁଜି ।
ପାଉଁଜି ନାରୀର ସୌନ୍ଦର୍ୟ୍ୟ ବୃଦ୍ଧି କରିବା ସହ ଘରେ ସୁଖଶାନ୍ତି ବଜାୟ ରଖିଥାଏ ବୋଲି ବିଶ୍ୱାସ ରହିଛି। ସାଧାରଣତଃ ବିବାହିତା ମହିଳାମାନେ ପାଉଁଜି ପିନ୍ଧିଲେ ଘର ପାଇଁ ଶୁଭ ବୋଲି କୁହାଯାଏ। କିନ୍ତୁ ପ୍ରକୃତରେ କାହିଁକି ପିନ୍ଧାଯାଏ ପାଉଁଜି ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି କଥା…
- ପାଉଁଜି ପିନ୍ଧିଲେ ନବବିବାହିତ ପତ୍ନୀପତିଙ୍କ ମନରେ ସକରାତ୍ମକ ଭାବନା ଆସିଥାଏ।
- ମହିଳାମାନେ ସାଧାରଣତଃ ଚାନ୍ଦିର ପାଉଁଜି ପିନ୍ଧିଥାଆନ୍ତି। ଚାନ୍ଦି ମହିଳାଙ୍କ ଶରୀରରେ ଲାଗି ରହିଲେ ଶରୀରକୁ ଶୀତଳତା ପ୍ରଦାନ କରିବା ସହ ସେମାନଙ୍କୁ ଅନେକ ରୋଗଠାରୁ ଦୂରେଇ ରଖିଥାଏ ବୋଲି ଆୟୁର୍ବେଦ ଚିକିତ୍ସକମାନେ ମତ ଦେଇଥାଆନ୍ତି।
- ଘରେ ପାଉଁଜିର ରୁଣୁଝୁଣୁ ଶବ୍ଦ ଶୁଭିଲେ ଅଭାବ ଦୂରେଇ ଯାଇଥାଏ ବୋଲି ବିଶ୍ୱାସ ରହିଛି।