Only for Entertainment

ଭଲ ନିଦ ହେବା ପାଇଁ ପିଅନ୍ତୁ ଗରମ କ୍ଷୀର, ଜାଣନ୍ତୁ ଏହାର ଅନେକ ଫାଇଦା

google
72

ପିଲା ହୁଅନ୍ତୁ କି ବୁଢ଼ା, ସମସ୍ତଙ୍କ ପାଇଁ କ୍ଷୀର ଲାଭଦାୟକ ହୋଇଥାଏ । ବିଶେଷ କରି ଶୀତଦିନେ ଲୋକମାନେ ଥଣ୍ଡା ଜ୍ୱରରୁ ବଞ୍ଚିବା ପାଇଁ ଗରମ କ୍ଷୀର ପିଇଥାନ୍ତି । ଏଥିରେ ଥିବା ପ୍ରୋଟିନ, କାର୍ବୋହାଇଡ଼୍ରେଟ୍‌,ଭିଟାମିନ୍‌ ଏବଂ ମିନେରାଲ୍‌ସ ଶରୀରକୁ ପୋଷଣ ଦେବା ସହ ସୁସ୍ଥ ରଖିଥାଏ । ଏବେ ଆସନ୍ତୁ ଜାଣିବା ଗରମ କ୍ଷୀରରୁ ଶରୀରକୁ ମିଳୁଥିବା ଫାଇଦା ବିଷୟରେ ।

୧.ଗରମ କ୍ଷୀର ସକାଳ କିମ୍ବା ସଂନ୍ଧ୍ୟା ସମୟରେ ପିଇବା ଉଚିତ୍‌ । ସକାଳ ସମୟରେ କ୍ଷୀର ପିଇବା ଦ୍ୱାରା ଦିନ ସାରା ଫୁର୍ତ୍ତି ଲାଗିଥାଏ ଏବଂ ସଂନ୍ଧ୍ୟା ସମୟରେ କ୍ଷୀର ପିଇବା ଦ୍ୱାରା ଆଖି ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଯଦି ଆପଣ ଗରମ କ୍ଷୀରକୁ ରାତି ସମୟରେ ପିଉଛନ୍ତି । ତେବେ କ୍ଷୀରରେ ଥିବା ପୋଷକ ତତ୍ତ୍ୱଗୁଡ଼ିକ ଶରୀରକୁ ଭଲ ଭାବରେ ମିଳି ପାରିଥାଏ ।

୨.ଭୁଲରେ ମଧ୍ୟ ସକାଳ ସମୟରେ ଖାଲି ପେଟରେ କ୍ଷୀର ପିଅନ୍ତୁ ନାହିଁ । ଏହା ଦ୍ୱାରା ପେଟଜନିତ ସମସ୍ୟା ଦେଖାଯାଇଥାଏ । ବୃଦ୍ଧ ଲୋକମାନେ ମଧ୍ୟାହ୍ନ ସମୟରେ କ୍ଷୀର ପିଇ ପାରିବେ ।

୩.କ୍ଷୀରରେ ଚିନି ମିଶାଇ ପିଇବା ଅପେକ୍ଷା ସେଥିରେ ମହୁ ବା ଗୁଡ଼ ମିଶାଇ ପିଇଲେ ଶରୀରକୁ ଅଧିକ ଫାଇଦା ମିଳିଥାଏ ।

୪. ଯଦି ଆପଣଙ୍କ ଆଣ୍ଠୁ-ଗଣ୍ଠିର ସମସ୍ୟା ରହିଛି । ତେବେ ହଳଦୀ ମିଶାଇ କ୍ଷୀର ପିଇବା ଆରମ୍ଭ କରନ୍ତୁ ।

୫.ରାତି ସମୟରେ ଠିକ୍‌ ଭାବରେ ନିଦ ନ ହେଉଥିଲେ ଗରମ କ୍ଷୀର ପିଇ ଶୋଇବା ଆରମ୍ଭ କରନ୍ତୁ । ଏହା ଦ୍ୱାରା ନିଦ ଭଲ ହେବା ସହ ଥକାପଣ ମଧ୍ୟ କମ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More