Only for Entertainment

ଆଜି ପ୍ରସ୍ତୁତ କରନ୍ତୁ ବେଙ୍ଗଲି ଷ୍ଟାଇଲ ଚିକେନ କଷା ।

Food Indian
53

ଆପଣ ଚିକେନକୁ ନେଇ ବିଭିନ୍ନ ଡିସ ପ୍ରସ୍ତୁତ କରୁଥିବେ । ଘର ମାନଙ୍କରେ ଚିକେନ ତରକାରୀ ହେଉ ବା ଚିକେନ କଷା ସମସ୍ତେ ପ୍ରାୟ ଗୋଟିଏ ପ୍ରଣାଳୀରେ କରନ୍ତି । କିନ୍ତୁ କୁହାଯାଏ ବେଙ୍ଗଲୀ ମାନଙ୍କ ନନଭେଜର ସ୍ୱାଦ କିଛି ନିଆରା । ତେବେ ଆଜି ଆମେ ଆପଣଙ୍କୁ ଚିକେନ କଷା ଶିଖାଇବୁ, କିନ୍ତୁ ସବୁଦିନ ଘରେ ପ୍ରସ୍ତୁତ କରୁଥିବା ପ୍ରଣାଳୀ ଭଳି ନୁହେଁ ବରଂ ବେଙ୍ଗଲୀ ମାନଙ୍କ ରୋଷେଇ କରିବାର ପ୍ରସ୍ତୁତ ପ୍ରଣାଳୀ । ଯାହା ଖୁବ ସ୍ୱାଦିଷ୍ଟ ।

ପ୍ରଥମେ ଚିକେନକୁ ଧୋଇ ଦିଅନ୍ତୁ ଏବଂ ଏହାକୁ ଚିପୁଡ଼ି ଭଲ ଭାବରେ ପାଣି ବାହାର କରି ଦିଅନ୍ତୁ । ଏବେ ଏକ ପାତ୍ରରେ ଚିକେନ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ, ଅଦା ଓ ରସୁଣ ବଟା, ଦହି, ସାମାନ୍ୟ ତେଲ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା ପକାଇ ଅଧ ଘଂଟା ମ୍ୟାରେିନେଟ କରି ରଖନ୍ତୁ । ଏହାପରେ କଡ଼ାଇ ଗରମ କରି ଛୋଟ କଟା ପିଆଜ ପକାଇ କିଛି ସମୟ ଭାଜନ୍ତୁ । ଏବେ ଏଥିରେ ରଖିଥିବା ମ୍ୟାରିନେଟ ଚିକେନକୁ ପକାନ୍ତୁ । ଚିକେନକୁ ଭଲ ଭାବରେ କଷନ୍ତୁ । ୨୫ରୁ ୩୦ ମିନିଟ କଷିବା ପରେ ଚିକେନରେ କିଛି କସ୍ତୁରୀ ମେଥି ପକାନ୍ତୁ । ସିଝି ଆସିବା ପରେ ବାହାର କରି ସର୍ଭ କରନ୍ତୁ ବେଙ୍ଗଲୀ ଷ୍ଟାଇଲ ଚିକେନ ଡିସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More