Only for Entertainment

ରାସ୍ତାରେ ଯୁବତୀଙ୍କୁ ଅଟକାଇ ପୋଷାକ ଉପରେ ଟିପ୍ପଣୀ ଦେବାକୁ ଲାଗିଲେ ବ୍ୟକ୍ତି, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

latestly
23

ଭାରତରେ ଜେଣ୍ଡର ଇକ୍ୱାଲିଟି, ମହିଳାଙ୍କ ସୁରକ୍ଷାକୁ ନେଇ ଅନେକ ଆଲୋଚନା ହେଉଛି । କିନ୍ତୁ ଆଜି ବି ଦେଶରେ ଏପରି କିଛି ଲୋକେ ଅଛନ୍ତି ଯେଉଁମାନଙ୍କର ମାନସିକତା ଏବେ ମଧ୍ୟ ବହୁତ ଛୋଟ । ସୋସିଆଲ ମିଡିଆରେ ବେଙ୍ଗାଲୁରର ଜଣେ ବ୍ୟକ୍ତିଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ବ୍ୟକ୍ତି ଜଣଙ୍କ ୨୮ ବର୍ଷିୟ ଜଣେ ଯୁବତୀଙ୍କୁ ଅଟକାଇ ତାଙ୍କ ପୋଷାକକୁ ନେଇ ଟିପ୍ପଣୀ ଦେଉଥିବାର ଦେଖିବାକୁ ମିଳିଛି । ଯୁବତୀ ଜଣଙ୍କ ନ୍ଖକ୍ସ ପୁରୁଷ ବନ୍ଧୁଙ୍କ ସହିତ ସଟର୍ସ ପିନ୍ଧି ଯାଉଥିବା ବେଳେ ବ୍ୟକ୍ତି ଜଣଙ୍କ ତାଙ୍କ ପାଖକୁ ଆସି ଡ୍ରେସିଂ ସେନ୍ସକୁ ନେଇ ଟିପ୍ପଣୀ କରିବାକୁ ଲାଗିଲେ । ବ୍ୟକ୍ତି ଜଣଙ୍କ ଯୁବତୀଙ୍କୁ କହିଥିଲେ ଠିକରେ ଡ୍ରେସ ପିନ୍ଧ ଏବଂ ଭାରତୀୟ ସଂସ୍କୃତିକୁ ଫଲୋ କର । ଏହା ପୂରା ଭିଡିଓ ଯୁବତୀଙ୍କ ବୟଫ୍ରେଣ୍ଡ ବନାଇ ଏବାକୁ ଫେସବୁକରେ ଅପଲୋଡ କରିଥିଲେ । କପଲ ସପିଂ ସାରି ଫେରୁଥିବା ବେଳେ ବେଙ୍ଗାଲୁରୁର ଏଚଏସଆର ଲେଆଉଟରେ ଏହି ଘଟଣା ଘଟିଥିଲା ।

ଦେଖନ୍ତୁ ଭାଇରାଲ ଭିଡିଓ-

ଯୁବତୀଙ୍କ କହିବା ଅନୁସାରେ ମାର୍କେଟରେ ମୁଁ ଜଣ ଙ୍କୁ ଚିଲ୍ଲାଉଥିବାର ଶୁଣିବାକୁ ପାଇଲି । ସେ ପାଖକୁ ଆସି କହିଲେ ତୁମ ଘରେ କିଛି ପୋଷାକ ନାହିଁ କି ? ଭାରତୀୟ ଯୁବତୀ ମାନେ ଏପରି ପୋଷାକ ପିନ୍ଧିବା ଉଚିତ ନୁହେଁ । ଯୁବତୀ ଜଣଙ୍କ କହିଥିଲେ ମୁଁ ଜାଣି ନଥିସି ସେହି ବ୍ୟକ୍ତିଙ୍କ ସମସ୍ୟା କ’ଣ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More