Only for Entertainment

ସ୍କୁଲ ଛାତ୍ରକୁ ସାଲ୍ୟୁଟ ମାରିଲେ ପୁଲିସ ! ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ।

facebook
0 92

ବେଙ୍ଗାଲୁର ପୁଲିସ୍‌ କମିସନର୍‌ ଟି ସୁନୀଲ କୁମାର ଜଣେ ସ୍କୁଲ୍‌ ପିଲାକୁ ସାଲୁଟ୍‌ ମାରୁଥିବା ବେଳର ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ ହେବା ପରେ ସେ ଏବେ ଏକ ଚର୍ଚ୍ଚିତ ଚେହେରା ପାଳଟିଛନ୍ତି। ଉକ୍ତ ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସମସ୍ତଙ୍କର ପ୍ରିୟ ପାଲଟିଛି। ଭିଡିଓଟିରେ ଦେଖିବାକୁ ମିଳୁଛି ଯେ ପୁଳିସ୍‌ ଜଣକ ହସ୍ପିଟାଲ୍‌ରୁ ବାହାରୁଛନ୍ତି। ସେଠାରେ ସ୍କୁଲ୍‌ ପୋଷାକରେ ଥିବା ଜଣେ ପିଲାଟି ତାଙ୍କୁ ସାଲୁଟ୍‌ ମାରିବା ପରେ ସେ ବି ପିଲାଟିକୁ ସାଲୁଟ୍‌ ମାରୁଛନ୍ତି।

.

A respect given by a uniform to a uniform shows the value of discipline.Commissioner of Police , Shri. T Suneel Kumar, IPS and a school boy respecting each other, capturing the proud moment of respect and discipline.ಗೌರವ – ಹುದ್ದೆ, ವಯಸ್ಸು, ಸ್ಥಾನಮಾನಗಳನ್ನೂ ಮೀರಿದ್ದು"ನಮ್ಮ ಹೆಮ್ಮೆ – ನಮ್ಮ ಶಿಸ್ತು"

Posted by BENGALURU CITY POLICE on 9 ಮಾರ್ಚ್ 2018

ଭିଡିଓଟି ବାଙ୍ଗାଲୁରୁର ମାଲ୍ୟା ହସ୍ପିଟାଲ୍‌ ବାହାରେ ହୋଇଥିବାର ଜାଣିବାକୁ ମିଳୁଛି। ବାଙ୍ଗାଲୁରୁ ପୁଲିସ୍‌ ଦ୍ୱାରା ଏହି ଭିଡିଓଟି ଫେସ୍‌ବୁକ୍‌ରେ ଅପ୍‌ଲୋଡ ହୋଇଛି। ସେଥିରେ କ୍ୟାପ୍‌ସନ ଲେଖାଯାଇଛି, ‘ଗୋଟାଏ ୟୁନିଫର୍ମରୁ ଆଉ ଗୋଟାଏ ୟୁନିଫର୍ମ ପାଇଁ ସମ୍ମାନ ଦେଖିବାକୁ ମିଳୁଛି। ଏହା ଶୃଙ୍ଖଳାବୋଧର ପ୍ରମାଣ ଦେଉଛି।’ଏହି ଭିଡିଓଟି ଏବେ ସୁଦ୍ଧା ୧୭୦୦ ସେୟାର୍‌ ହୋଇ ସାରିଲାଣି। ଭିଡିଓଟିର ଫେସ୍‌ବୁକ୍‌ରେ ୧.୨ ଲକ୍ଷ ଭିୟୁ ହୋଇ ସାରିଲାଣି। ପୁଲିସ୍‌ କୁମାର ତାଙ୍କର ବ୍ୟବହାର ପାଇଁ ଏବେ ସୋସିଆଲ୍‌ ମିଡିଆରେ ବହୁ ସମ୍ମାନ ପାଇବାରେ ସମର୍ଥ ହୋଇଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More