Only for Entertainment

ପରୀକ୍ଷାରେ ଏପରି ପ୍ରଶ୍ନ ପଚାରି ନିଲମ୍ବିତ ହେଲେ ଶିକ୍ଷକ !

The Indian Express
42

ବେଙ୍ଗାଲୁରର ଜଣେ ଶିକ୍ଷକ ପ୍ରଶ୍ନପତ୍ରରେ ଏପରି ଏକ ପ୍ରଶ୍ନ ପଚାରିଥିଲେ ଯେଉଁ କାରଣରୁ ତାଙ୍କୁ ଏବେ ବିଦା ହେବାକୁ ପଡିଛି । ମାଉଣ୍ଟ କାର୍ମେଲ ଇଂଲିସ୍‍ ହାଇସ୍କୁଲର ଜଣେ ଶିକ୍ଷକ ପରୀକ୍ଷା ପ୍ରଶ୍ନ ପତ୍ରରେ ଭାଜପା ନେତା ବିଏସ୍‍ ୟେଦୁରପ୍ପା ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‍ଡି କୁମାରସ୍ୱାମୀଙ୍କୁ ଜିଆ ସହିତ ତୁଳନା କରିବା ମହଙ୍ଗା ପଡିଛି ।

୮ମ ଶ୍ରେଣୀ ପରୀକ୍ଷାର ପ୍ରଶ୍ନ ପତ୍ରରେ ଏକ ପ୍ରଶ୍ନ ରହିଥିଲା ଯେ, କୃଷକଙ୍କ ପ୍ରକୃତ ବନ୍ଧୁ କିଏ ? ଉତ୍ତରରେ ଥିଲା ଜିଆ, ମୁଖ୍ୟମନ୍ତ୍ରୀ ଏଚ୍‍ଡି କୁମାରସ୍ୱାମୀ ଏବଂ ଭାଜପା ନେତା ବିଏସ୍‍ ୟେଦୁରପ୍ପା । ଗୁରୁବାର ଏହି ଘଟଣା ଜଣାପଡିବା ପରେ ସ୍କୁଲର ମୁଖ୍ୟ ରାଘବେନ୍ଦ୍ର କହିଛନ୍ତି ଯେ, ପ୍ରଶ୍ନପତ୍ର ପ୍ରସ୍ତୁତି ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ବରଖାସ୍ତ କରାଯାଇଛି । ପ୍ରଶ୍ନପତ୍ରରେ ରାଜନୀତି ସମ୍ପର୍କିତ ବ୍ୟକ୍ତିଙ୍କ ନାମ ରହିଥିବା ଘଟଣା ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି ।

ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟରେ ଭାଜପା ପ୍ରଦେଶ ଅଧ୍ୟକ୍ଷ ୟେଦୁରପ୍ପା ନିଜକୁ କୃଷକଙ୍କ ବନ୍ଧୁ ବୋଲି କହୁଥିଲା ବେଳେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ମଧ୍ୟ ନିଜକୁ କୃଷକଙ୍କ ବନ୍ଧୁ ବୋଲି ଉଲ୍ଲେଖ କରୁଛନ୍ତି । ସ୍କୁଲ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ପରୀକ୍ଷାରେ ପଚରାଯାଇଥିବା ପ୍ରଶ୍ନର ଉଦ୍ଦେଶ୍ୟ କୌଣସି ରାଜନୈତିକ ଦଳର ବିଚାରଧାରାକୁ ପ୍ରଚାରପ୍ରସାର କରିବା ନୁହେଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More