Only for Entertainment

ଛୋଟ ପିଲାଙ୍କ ପାଇଁ ମାଛ ଖାଇବା ହୋଇଥାଏ ଲାଭଦାୟକ

0 62

ପ୍ରତ୍ୟେକ ମା ନିଜ ଶିଶୁକୁ ସୁସ୍ଥ ସବଳ ରଖିବାକୁ ଚାହିଁଥାନ୍ତି । ସେଥିପାଇଁ ସେମାନେ ସେହି ସମସ୍ତ ଉପାୟକୁ ଆପଣାଇଥାନ୍ତି ଯାହାଦ୍ୱାରା ଶିଶୁକୁ ସମସ୍ତ ପୋଷକ ତତ୍ତ୍ୱ ମିଳିପାରିବ ଏବଂ ସେମାନଙ୍କର ବୁଦ୍ଧି ପ୍ରଖର ହେବା ସହିତ ସେମାନେ ଇଂଟଲିଜେଂଟ ହୋଇପାରିବେ, ଏହା ସହିତ ସେମାନଙ୍କର ବୋନ୍ସ ମଧ୍ୟ ଶକ୍ତ ହୋଇପାରିବ । କିନ୍ତୁ ବେଳେ ବେଳେ ଶିଶୁର ଖାଇବାକୁ ନେଇ ବାପା ମା’ ଚିନ୍ତିତ ହୋଇଯାଆନ୍ତି, କାରଣ ସେମାନେ ଜାଣିପାରନ୍ତି ନାହିଁ ଯେ କେଉଁ ଖାଦ୍ୟ କେତେବେଳେ ଏବଂ କେତେ ପରିମାଣର ଦିଆଯିବା ଦରକାର । ମାଛ ମଧ୍ୟ ସେହିଭଳି ଏକ ଖାଦ୍ୟ ।

ହାଇ କ୍ୱାଲିଟି ପ୍ରୋଟିନ, ଆଇରନ ଏବଂ ମିନେରାଲସରେ ଭରପୁର ମାଛ ଛୋଟପିଲାଙ୍କ ପାଇଁ ଖୁବ ଲାଭଦାୟକ ହୋଇଥାଏ । ଏହା ସେମାନଙ୍କର ହୃଦୟ ଏବଂ ମସ୍ତିଷ୍କ ଉଭୟକୁ ଠିକ ରଖିଥାଏ । ସେଲମନ, ଏନକାବିଜ ଏବଂ ସାର୍ଡିନେଜ ଭଳି ମାଛରେ ଭରପୁର ମାତ୍ରାରେ ଓମେଗା-୩, ଭିଟାମିନ ଡି ଏବଂ ଡିଏଚଏ ରହିଥାଏ । ଏହି ସମସ୍ତ ଗୁଣ ଅନ୍ୟ ଖାଦ୍ୟ ମାନଙ୍କରେ ମିଳିବା କଷ୍ଟସାଧ୍ୟ ହୋଇଥାଏ । ସେହିପରି ଟୁନା,କୋଡ(ପୋହଳା ଭଳି ମାଛ) ଏବଂ ହେଲିବଟ(କଉ,ରୋହି,ଚାନ୍ଦି,ମରୁଆ)ଆଦି ମାଛରେ ମଧ୍ୟ ଅନ୍ୟ କିଛି ଗୁଣ ରହିଥାଏ ।
କେତେକ ମାଛରେ ମଧ୍ୟ ମରକ୍ୟୁରି ରହିଥାଏ, ଯାହାକୁ ଖାଇବା ଦ୍ୱାରା ସ୍ମୃତିଶକ୍ତି ହ୍ରାସ ହୋଇଥାଏ, ଶିରା ପ୍ରଶିରା ବିଷାକ୍ତ ହୋଇଥାଏ ଏବଂ ଆଖିର ଦୃଷ୍ଟି ଶକ୍ତି କମଜୋର ହୋଇଯାଏ । ଏଥିରୁ ବଂଚିବା ପାଇଁ ସାଲମନ,ଖଣ୍ଡାମାଛ,ଅରଲାଣ୍ଡ ରଫି ଏବଂ ତିଲାପିଆ ଭଳି ମାଛ ଖାଇବାକୁ ଦିଅନ୍ତୁ, କାରଣ ଏହିଭଳି ମାଛରେ ମରକ୍ୟୁରି ନଥାଏ । ୟୁଏସ ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେସନ ଏବଂ ଏନଭାୟୋରମେଂଟାଲ ଏଜେନ୍ସିର ରିପୋର୍ଟ ଅନୁସାରେ ଦୁଇ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ପ୍ରତି ସପ୍ତାହରେ ୩୦ରୁ ୬୦ ଗ୍ରାମ ପର୍ଯ୍ୟନ୍ତ ମାଛ ଖାଇବାକୁ ଦେବା ଦରକାର । ଏହିଭଳି ଭାବରେ ବଡ଼ ପିଲାଙ୍କୁ ଏହାର ମାତ୍ରା ବଢାଇ ଖାଇବାକୁ ଦେବା ଦରକାର ।

ଫ୍ୟାଟି ଫିସ ଓମେଗା-୩ ପିଲାଙ୍କୁ ବୁଦ୍ଧିମାନ କରିଥାଏ । ଏଥିରେ ଭରପୁର ହୋଇ ରହିଥିବା କ୍ୟାଲସିୟମ, ଜିଙ୍କ ଏବଂ ମ୍ୟାଗ୍ନେସିୟମ ଶିଶୁର ଶରୀର ବୃଦ୍ଧିରେ ସାହାର୍ଯ୍ୟ କରିଥାଏ । ମାଛରେ ଥିବା ଭିଟାମିନ ଏ ଏବଂ ଡିଏଚଏ ଆଖି ଏବଂ ମସ୍ତିଷ୍କକୁ ଶକ୍ତ କରିଥାଏ । ଏହି ସମସ୍ତ ପଦାର୍ଥ ନୂଆ ବ୍ରେନ ଟିସୁ ତିଆରି କରିଥାଏ ଏବଂ ଆଖିକୁ ନରିସ କରିଥାଏ । ଏହି କାରଣରୁ ଆଖିରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭିଜନର ଚିନ୍ତା ନଥାଏ । ଆଉ ମଧ୍ୟ ସ୍ମୃତି ଶକ୍ତି ବଢାଇଥାଏ ଏବଂ ଭଲ ନିଦ ମଧ୍ୟ ଆସିଥାଏ । ଯାହାଦ୍ୱାରା ପିଲାମାନେ ଠିକ ସମୟରେ ଶୋଇ ପାରନ୍ତି ଏବଂ ଦିନସାରା ଆକ୍ଟିଭ ରହିଥାନ୍ତି । ସାଲମନ ମାଛରେ କାଲସିଟୋନ ନାମକ ପ୍ରୋଟିନ ରହିଥାଏ ଯାହା ହାଡ଼କୁ ଶକ୍ତ କରିଥାଏ । ଏହାକୁ ଖାଇବା ଦ୍ୱାରା କୌଣସି ଜଏଂଟ ଅସୁବିଧା ହୁଏନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More