Only for Entertainment

ଜାଣନ୍ତୁ ବେଲପତ୍ରର ଉପକାରୀ ଗୁଣ ବିଷୟରେ ।

youtube
0 60

ଆଜିକାଲି ବଜାରରେ ବିଭିନ୍ନ ପ୍ରକାର ମସଲା ଉପଲବ୍ଧ । ସେଥିପାଇଁ କୌଣସିି କଷ୍ଟ କରିବାକୁ ପଡ଼େନାହିଁ । କିନ୍ତୁ ସେହି ସମସ୍ତ ମସଲାକୁ ଘରେ ମଧ୍ୟ ପ୍ରସ୍ତୁତ କରାଯାଇପାରିବ ।
ତ୍ୱଚା ସମସ୍ୟାରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ଔଷଧର ବ୍ୟବହାର କରାଯାଏ । କିନ୍ତୁ ଏଭଳି କିଛି ପ୍ରାକୃତିକ ଦ୍ରବ୍ୟ ରହିଛି ଯାହା ସମସ୍ତ ସମସ୍ୟାରୁ ମୁକ୍ତି ଦେଇଥାଏ । ସେ ସମସ୍ତ ମଧ୍ୟରେ ବେଲପତ୍ର ଗୋଟିଏ ।

ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ ମଣିଷ ଶିବଲିଙ୍ଗରେ ବେଲପତ୍ର ଅର୍ପଣ କରିଯାଇଥାଏ । । କୁହାଯାଏ ବେଲପତ୍ର ବିନା ଶିବଙ୍କ ପୂଜା ଅଧୁରା । ଆସ୍ଥା ଓ ସ୍ୱାସ୍ଥ୍ର୍ୟରେ ଉପଯୋଗ ହେଉଥିବା ବେଲପତ୍ରର ଅନେକ ଫାଇଦା ଅଛି । ପୂଜା ବ୍ୟତୀତ ଆପଣ ବେଲପତ୍ରକୁ ତ୍ୱଚା ଓ କେଶର ସୌନ୍ଦର୍ୟ୍ୟ ବଢାଇବା ପାଇଁ ମଧ୍ୟ ବ୍ୟବହାର କରିପାରିବେ । ଏଥିରେ ପ୍ରୋଟିନ, ଭିଟା-କ୍ୟାରୋଟିନ, ଥାଇମିନ, କ୍ୟାଲସିୟମ, ଆଇରନ, ଭିଟାମିନ-ଏ,ବି,ସି ଆଦି ପୋଷକ ତତ୍ତ୍ୱ ରହିଛି । ଏହା ଶୁଷ୍କ ତ୍ୱଚାର ଚମକ ଆଣିବା ପାଇଁ ଖୁବ ଉପଯୋଗୀ । ଆଜି ଆମେ ଆପଣଙ୍କୁ ବେଲପତ୍ର ଓ ଏହାର ରସର ଉପକାରୀତା ବିଷୟରେ ଜଣାଇବାକୁ ଯାଉଛୁ , ଯାହାକୁ ବ୍ୟବହାର କରି ଆପଣ କେଶ ଓ ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇ ପାରିବେ । ତେବେ ଆସନ୍ତୁ ଜାଣିବା ଏହାର ଉପକାରୀତା ।

ତ୍ୱଚା ଓ ଚର୍ମ ପାଇଁ ବେଲପତ୍ର ଲାଭଦାୟକ

• ତ୍ୱଚାର ଚମକପଣ ଆଣିବା ପାଇଁ ବେଲପତ୍ର ରସକୁ ଅଳ୍ପ ଉଷୁମ ପାଣିରେ ମିଶାଇ,ଏଥିରେ କିଛି ବୁନ୍ଦା ମହୁ ମିଶାନ୍ତୁ । ପ୍ରତିଦିନ ଏହାକୁ ବ୍ୟବହାର କରନ୍ତୁ । ଏଭଳି କରିବା ଦ୍ୱାରା ଶରୀରର ରକ୍ତ ସଫା ହୋଇଥାଏ ।

• ଯଦି ଆପଣଙ୍କ ଶରୀରର ଦୁର୍ଗନ୍ଧକୁ ନେଇ ଚିନ୍ତାରେ ରହୁଛନ୍ତି, ତେବେ ଆପଣ ବେଲପତ୍ର ରସକୁ ଶରୀରରେ ଏକ ଘଂଟା ପର୍ଯ୍ୟନ୍ତ ଲଗାନ୍ତୁ । ତା’ପରେ ଆପଣ ଗାଧାନ୍ତୁ । ଏପରି କରିବା ଦ୍ୱାରା ଶରୀରର ଦୁର୍ଗନ୍ଧ ଦୂର ହୋଇଯିବ ।

• ଏହା ବ୍ୟତୀତ ଅନେକ ଲୋକଙ୍କ ତ୍ୱଚା ଓ ଶରୀରରେ ଧଳା ଦାଗ ଦେଖା ଦେଇଥାଏ । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ବେଲପତ୍ର ପେଷ୍ଟ ବନାଇ ଲଗାନ୍ତୁ । ଦେଖିବେ, ଧୀରେ ଧୀରେ ଆପଣଙ୍କ ଶରୀର ଓ ତ୍ୱଚାରେ ହୋଇଥିବା ଧଳା ଦାଗ ଦୂର ହୋଇଯିବ ।

• ଯେଉଁ ଲୋକଙ୍କ ଶରୀରରେ ଦାଗ, ବ୍ରଣ, କାଛୁକୁଣ୍ଡିଆର ଦାଗ ଥାଏ, ସେମାନେ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ବେଲପତ୍ର ରସ ସହ ଜିରା ମିଶାଇ ପିଅନ୍ତୁ ।

କେଶର ସୌନ୍ଦର୍ଯ୍ୟ ବଢାଏ ବେଲପତ୍ର

• ଅନେକ ଲୋକ କେଶ ଝଡିବା ସମସ୍ୟାକୁ ନେଇ ପ୍ରାୟ ସମୟ ଚିନ୍ତାରେ ରହିଥାନ୍ତି । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବେଲପତ୍ରକୁ ଧୋଇ ସେବନ କରନ୍ତୁ । ଏହାକୁ ପ୍ରତିଦିନ ଖାଇଲେ ଏକ ସପ୍ତାହରେ ଆପଣ ଏହାର ଫାଇଦା ଜାଣିପାରିବେ ।

• ଯଦି ଆପଣ ମୁଣ୍ଡରେ ଉକୁଣି ଥିବାରୁ ଚିନ୍ତାରେ ରହୁଛନ୍ତି, ତେବେ ଚିନ୍ତା ନକରି ବେଲର ଛାଲିକୁ ସଫା କରି, ଏହାର ତେଲକୁ କର୍ପୁର ସହ ମିଶାନ୍ତୁ । ତା’ପରେ ଏହି ତେଲକୁ ପ୍ରତିଦିନ ମୁଣ୍ଡରେ ଲଗାନ୍ତୁ । ଏ ଭଳି କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More