Only for Entertainment

ଜାଣନ୍ତୁ ଭିଜା ଆଲମଣ୍ଡର ଫାଇଦା ବିଷୟରେ ।

Organic Facts
0 53

କୁହାଯାଏ ଯଦି ପ୍ରତିଦିନ ସକାଳ ସମୟରେ ଭିଜା ହୋଇଥିବା ବାଦାମ ଖିଆଯାଏ ତେବେ ବୁଦ୍ଧି ତୀକ୍ଷ୍ଣ ହୋଇଥାଏ । ଏହା ସହିତ କୁହାଯାଏଯେ ଯଦି ଛୋଟ ପିଲା କଥା କହିବା ଆରମ୍ଭ କରୁଥାଏ ତେବେ ବାଦାମ ଘଷିି ଖୁଆଇବା ଦ୍ୱାରା ସେ ଠିକ ଭାବରେ କଥା କହିଥାଏ । ତେବେ ଏହା କେତେଦୂର ଠିକ ତାହା ଆମେ କହିପାରିବା ନାହିଁ । କିନ୍ତୁ ଏହା ସତ୍ୟଯେ ଭିଜା ହୋଇଥିବା ବାଦାମ ସ୍ୱାସ୍ଥ୍ୟ ପାଇଁ ଖୁବ ଲଭଦାୟକ ।

ବାଦାମ ଖାଇବା ଦ୍ୱାରା ଶରୀରକୁ କ୍ୟାଲସିୟମ,ମ୍ୟାଗ୍ନେସିୟମ,ଭିଟାମିନ ଇ ଏବଂ ଫ୍ୟାଟି ଏସିଡ ମିଳିଥାଏ । ଏହା ପାଚନ କ୍ରିୟାକୁ ମଧ୍ୟ ଉନ୍ନତ କରିଥାଏ । କିନ୍ତୁ କଂଚା ବାଦାମ ଖାଇବା ଦ୍ୱାରା ଆମେ ତାହାର ଚୋପା ମଧ୍ୟ ଖାଇଥାଉ,ଯାହା ଶରୀର ପାଇଁ ଲାଭଦାୟକ ହୋଇନଥାଏ । ରାତିରେ ଭିଜା ହୋଇଥିବା ବାଦାମ ତାହା ମଧ୍ୟରେ ସମସ୍ତ ପୋଷକ ତତ୍ତ୍ୱ ରଖିଥାଏ ।

ରାତିରେ ଭିଜା ହୋଇଥିବା ବାଦାମ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ । ଏହା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିଥାଏ ଏବଂ ହୃଦୟ ଜନିତ କେତେକ ସମସ୍ୟାରୁ ମୁକ୍ତି ଦେଇଥାଏ । ଏହା ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହାକୁ ଡାଇଟରେ ମଧ୍ୟ ଖାଇବା ଲାଭପ୍ରଦ ହୋଇଥାଏ,କାରଣ ବାରମ୍ବାର ଭୋକ ଲାଗି ନଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More