Only for Entertainment

ଏଭଳି ବ୍ୟବହାର କରନ୍ତୁ ନଡ଼ିଆ ତେଲ, ତ୍ୱଚା ଚମକିବ ।

40

ତ୍ୱଚାରେ ଚମକ ଆଣିବା ପାଇଁ ଆପଣ ବିଭିନ୍ନ ଉପାୟ କରୁଛନ୍ତି । କେମିକଲ ଯୁକ୍ତ ପଦାର୍ଥ କିଣୁଛନ୍ତି ଏବଂ ଘରୋଇ ପଦାର୍ଥ ମଧ୍ୟ । କିନ୍ତୁ ଠିକ ଭାବରେ ବ୍ୟବହାର ନକରିବା ଦ୍ୱାରା ଆପଣଙ୍କୁ ସଫଳତା ମିଳୁନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏକ ସରଳ ଉପାୟ ଜଣାଇବୁ ଯାହା ଅତ ସହଜରେ ଆପଣ ଘରେ ଥାଇ କମ ସମୟରେ କରିପାରିବେ ।

ପ୍ରଥମେ  ଏକ ପାତ୍ର ନିଅନ୍ତୁ। ଏହା ପରେ ସେଥିରେ କିଛି ଘି କୁଆଁରୀ ରସ ଏବଂ ନଡ଼ିଆ ତେଲ ନେଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ।ଏହି ମିଶ୍ରଣକୁ ଚେହେରା ଏବଂ ଗଳାରେ ଭଲ ଭାବେ ଲଗାନ୍ତୁ। ପ୍ରାୟ ୩ ମିନିଟ ହାଲକା ଭାବରେ ମସାଜ କରନ୍ତୁ।

୧୫ ମିନିଟ ପରେ ଆପଣ ଆପଣଙ୍କ ଚେହେରାକୁ ସଫା ପାଣିରେ ଧୋଇ ଦିଅନ୍ତୁ। ଏହାର ବ୍ୟବହାର ଶୋଇବାକୁ ଯିବା ପୂର୍ବରୁ କରନ୍ତୁ। ସପ୍ତାହରେ ଅତି କମରେ ୩ ଥର ଏହାକୁ ଆପଣଙ୍କ ଚେହେରା ଏବଂ ବେକରେ ଲଗାନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More