ଚେହେରାରୁ କଳା ଦାଗ ଦୂର କରେ ପଇଡ଼ ପାଣି ।
ପଇଡ଼ ପାଣି କେବଳଯେ ପେଟକୁ ଥଣ୍ଡା ରଖିଥାଏ ତାହା ନୁହେଁ, ବରଂ ଏହା ଶରୀରର ଅନ୍ୟ କେତେକ ଉପକାରୀ କାମ କରିଥାଏ । ହୁଏତ ଆପଣ ଏହାର ବିଶେଷ ଉପକାରୀ ଗୁଣ ବିଷୟରେ ଖୁବ କମ ଜାଣିଥିବେ ।
- ଚେହେରାରେ ଅଧିକ ଦାଗ ବା କଳା ଚିହ୍ନ ଥିଲେ ପଇଡ଼ ପାଣିରେ ମୁହଁ ଧୋଇବା ଖୁବ୍ ଲାଭପ୍ରଦ ହୋଇଥାଏ। ଏହାଦ୍ବାରା ତ୍ବଚାରୁ ଦାଗ ଦୂର ହୋଇଥାଏ ଓ ତ୍ବଚାର ପ୍ରାକୃତିକ ଚମକ ବଜାୟ ରହିଥାଏ।
- ପଇଡ଼ ପାଣି ବ୍ରଣ ସମସ୍ୟା ମଧ୍ୟ ଦୂର କରିଥାଏ। ଖରାଦିନେ ବିଶେଷ କରି ତେଲିଆ ତ୍ବଚା ଥିବା ବ୍ୟକ୍ତିମାନଙ୍କଠାରେ ଏହି ସମସ୍ୟା ଅଧିକ ଦେଖା ଦେଇଥାଏ। ଏ କ୍ଷେତ୍ରରେ ନଡ଼ିଆ ପାଣିର ବ୍ୟବହାର ବହୁତ ଲାଭଦାୟକ ହୋଇଥାଏ।
- ଆଖି ତଳର କଳା ଦାଗ ଦୂର କରିବାରେ ପଇଡ଼ ପାଣି ବିଶେଷ ଭାବେ ସହାୟକ ହେଇଥାଏ। ପଇଡ଼ ପାଣିରେ ତୁଳା ବୁଡ଼ାଇ ଆଖି ତଳେ ନିୟମିତ ଲଗାଇବା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
- ନିୟମିତ ତ୍ବଚାରେ ପଇଡ଼ ପାଣିର ବ୍ୟବହାର କରିବା ଦ୍ବାରା ତ୍ବଚା ସତେଜ ରହିବା ସହ ଗୋରା ମଧ୍ୟ ହୋଇଥାଏ।
- ଖରାଦିନେ ଟ୍ୟାନିଙ୍ଗ୍ ସମସ୍ୟାରୁ ରକ୍ଷା ପାଇବା ପାଇଁ ଦୈନିକ ପଇଡ଼ ପାଣିରେ ଚେହେରା ଧୋଇବା ଉଚିତ୍।
- ତ୍ବଚାରେ ପଇଡ଼ ପାଣିର ବ୍ୟବହାର କରିବା ଦ୍ବାରା ସଂକ୍ରମଣ ଆଶଙ୍କା ମଧ୍ୟ କମ୍ ହୋଇଥାଏ।