Only for Entertainment

ଜିରା କରିବ ରୋଗର ଉପଚାର ଜାଣନ୍ତୁ କିପରି ।

gasofast.com
0 46

ସାଧାରଣତଃ ଥଣ୍ଡା ପାଗରେ ଅଧିକାଂଶ ଲୋକଙ୍କଠାରେ ବିଭିନ୍ନ ଶାରୀରିକ ସମସ୍ୟା ତଥା ବିଶେଷ କରି ଥଣ୍ଡା ଜ୍ୱର ପରିଲକ୍ଷିତ ହୋଇଥାଏ । ଏଥିସହ ମୁଣ୍ଡ ବିନ୍ଧା ହେବା, ନାକରୁ ପାଣି ବାହାରିବା, ଜ୍ୱର ହେବା ସହ ଘୋଳାବିନ୍ଧା ଆଦି ଲକ୍ଷଣ ମଧ୍ୟ ଦେଖାଦେଇଥାଏ । ତେବେ ଏହି ଅବସରରେ ଜିରା ସେବନ କରିବା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ।

ଜିରାରେ ନା କେବଳ ଜ୍ୱର ଦୂର କରିବାର ପ୍ରତିରୋଧକ ଶକ୍ତି ରହିଛି ତାହା ନୁହେଁ ଏଥିରେ ମଧ୍ୟ ଅନେକ ଉପାଦେୟ ଉପାଦାନ ରହିଛି ଯାହା ଶରୀରର ବିଭିନ୍ନ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ କିଛି ତଥ୍ୟ ।

• ଯଦି ଆପଣ କୌଣସି ଜ୍ୱର କିମ୍ବା ଥଣ୍ଡା ରୋଗରେ ପୀଡିତ ତେବେ ଜିରା ସେବନ କରିବା ଦ୍ୱାରା ଏଥିରୁ ତୁରନ୍ତ ମୁକ୍ତି ମିଳିଥାଏ ।

• ସାଧାରଣତଃ ଜିରାକୁ ଗୁଣ୍ଡ କରି ତାକୁ ଚା’ରେ ପକାଇ ସେବନ କରିବା ଦ୍ୱାରା ଅଥବା ଏଥିସହ ଅଦା ଓ ତୁଳସୀ ମିଶାଇ ପିଇବା ଦ୍ୱାରା ଶରୀରକୁ ଆରାମ ମିଳିଥାଏ ।

• ଗରମ ପାଣିରେ କିଛି ମାତ୍ରାରେ ଜିରା ପକାଇ ତା’ର ବାମ୍ଫ ନିଅନ୍ତୁ ଆଉ ବାମ୍ଫ ନେବା ପରେ ମୁହୁଁକୁ ଏକ ନରମ ଚାଦରରେ ଢାଙ୍କି କିଛି ସମୟ ଶୋଇ ପଡନ୍ତୁ । ଏହା କରିବା ଦ୍ୱାରା ଥଣ୍ଡା ଜ୍ୱରରୁ ନିସ୍ତାର ମିଳିବା ସହ ଆପଣଙ୍କୁ ଫୁର୍ତ୍ତି ମିଳିଥାଏ ।

• ଜିରା ଜ୍ୱର ଭଲ କରିବା ସହିତ ଓଜନ ମଧ୍ୟ କମାଇବାରେ ସହାୟକ ହୋଇଥାଏ ।

• ଖାଦ୍ୟରେ ନିୟମିତ ଭାବରେ ଜିରା ବ୍ୟବହାର କରିବା ଦ୍ୱାରା ହୃଦୟ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ।

• ଜିରାକୁ ଗୁଣ୍ଡ କରି ତାହାକୁ ଦହିରେ ପକାଇ ପିଇବା ଦ୍ୱାରା ଥଣ୍ଡା ଜ୍ୱର ମଧ୍ୟ ଭଲ ହୋଇଥାଏ ।

• ଯଦି ଆପଣଙ୍କ ନିକଟରେ ସମୟର ଅଭାବ ରହିଛି ତେବେ ଉଷୁମୁ ପାଣି ସହିତ ଅଥବା ମହୁ ସହ ଜିରା ଗୁଣ୍ଡ ମିଶ୍ରଣ କରି ସେବନ କରିପାରିବେ । ଏପରି କରିବା ଦ୍ୱାରା ଥଣ୍ଡା ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଯିବା ସହ ଶରୀରକୁ ଆରାମ ମିଳିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More