Only for Entertainment

ଜାଣନ୍ତୁ ଭୃସଙ୍ଗ ପତ୍ରର ଉପକାରୀତା

the citrus centere
0 39

ରୋଷେଇ କରିବା ସମୟରେ ଆମେ ବିଭିନ୍ନ ପ୍ରକାରର ପତ୍ର ଯଥା ପୋଦିନା,ଧନିଆ ଓ ତେଜପତ୍ର ଆଦି ବ୍ୟବହାର କରିଥାଉ । ପ୍ରତ୍ୟେକ ପତ୍ରର କିଛି ନା କିଛି ଫାଇଦା ରହିଛି । କିନ୍ତୁ ମାତ୍ରାଧିକ ଭାବରେ ଆମେ ଭୃସଙ୍ଗ ପତ୍ର ବ୍ୟବହାର କରିଥାଉ । କାରଣ ଏହା କେବଳ ଖାଦ୍ୟର ସ୍ୱାଦ ବଢାଇ ନଥାଏ ବରଂ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ମଧ୍ୟ ହୋଇଥାଏ ।

  • ଡାଇଟିସିଆନଙ୍କ କହିବା ଅନୁସାରେ ଏଥିରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ,ଆଇରନ ଏବଂ ଫଲିକ ଏସିଡ ଭରି ରହିଥାଏ । ଆଇରନ ଶରୀର ପାଇଁ ଏକ ପ୍ରମୁଖ ପୋଷକ ତତ୍ତ୍ୱ ଏବଂ ଫଲିକ ଏସିଡ ଏହାର ଅବଶୋଷଣରେ ସହାୟକ ହୋଇଥାଏ ।
  • ଏଥିରେ ଥିବା ଫାଇବର ଇନ୍ସୁଲିନକୁ ପ୍ରଭାବିତ କରି ବ୍ଲଡ ସୁଗାର ସ୍ତରକୁ କମ କରିଥାଏ । ଏହା ସହିତ ପାଚନ ପ୍ରକ୍ରିୟାକୁ ମଧ୍ୟ ଠିକ କରିଥାଏ ।
  • ଭୃସଙ୍ଗ ପତ୍ରର ଅନ୍ୟ ଏକ ଫାଇଦା ହେଉଛି ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଲିଭର କମଜୋର ହୋଇଥିଲେ ଏହାକୁ ବ୍ୟବହାର କରିବା ଉଚିତ । କାରଣ ଏହା ବହୁ ମାତ୍ରାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଭିଟାମିନ-ଏ ଏବଂ ସି ଲିଭରକୁ ସୁସ୍ଥ ରଖିଥାଏ ।
  • ଭୃସଙ୍ଗ ପତ୍ର କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିଥାଏ । ଏହା ରକ୍ତରେ ଭଲ ଦରକାରୀ କୋଲେଷ୍ଟ୍ରଲ ବଢାଇ ହୃଦଘାତ ଜନିତ ସମସ୍ୟାକୁ ଦୂର କରିଥାଏ । କେବଳ ସେତିକି ନୁହେଁ କରଂ କୋଷ୍ଠ କାଠିନ୍ୟରୁ ମଧ୍ୟ ମୁକ୍ତି ଦେଇଥାଏ ଭୃସଙ୍ଗ ପତ୍ର ।
  • ଆଂଟି ଅକ୍ସିଡାଂଟ,ଆଂଟି ବ୍ୟାକ୍ଟେରିଅଲ ଏବଂ ଆଂଟି ଫଙ୍ଗଲ ଗୁଣରେ ଭରପୁର ଥିବାରୁ ଏହା ତ୍ୱଚା ପାଇଁ ଉପକାରୀ ହୋଇଥାଏ । ତ୍ୱଚାରେ ହୋଇଥିବା ସଂକ୍ରମଣରୁ ମଧ୍ୟ ଏହା ମୁକ୍ତି ଦେଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More