Only for Entertainment

ଯଦି ଅଣ୍ଡା ଖାଉନାହାଁନ୍ତି ତେବେ ଆଜି ଠାରୁ ଖାଇବା ଆରମ୍ଭ କରି ଦିଅନ୍ତୁ, ମିଳିବ ଯଥେଷ୍ଟ ଲାଭ

106

କେହି କେହି ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି ତ କେହି ପସନ୍ଦ କରନ୍ତି ନାହିଁ । ଏମାନଙ୍କ ମଧ୍ୟରେ କିଛି ଆମିଷ ମଧ୍ୟ ଖାଆନ୍ତି ନାହିଁ । ଯଦି ଆପଣ ମଧ୍ୟରେ ଏଥିରେ ସାମିଲ ଅଛନ୍ତି ତେବେ ନିଜର ଚିନ୍ତାଧାରାକୁ ବଦଳାଇ ଦିଅନ୍ତୁ । କାରଣ ଅଣ୍ଡା ଶରୀର ପାଇଁ ଖୁବ ଭଲ । ବିଶେଷ କରି ଚଳିତ ଦିନରେ ଯେଉଁମାନେ ଡାଇଟରେ ରହୁଛନ୍ତି ସେମାନଙ୍କ ପାଇଁ ଖୁବ ଭଲ । ଏହା ଦ୍ୱାରା ଓଜନ ହ୍ରାସ ହୋଇପାରିବ ।ଅଣ୍ଡାରେ ଅଧିକ ପରିମାଣରେ ପ୍ରୋଟିନ, ସ୍ୱାସ୍ଥ୍ୟକର ଫ୍ୟାଟ୍‌, ଭିଟାମିନ୍‌ ଏବଂ ମିନେରାଲ୍ସ ରହିଥାଏ। ଏହା ଶରୀରକୁ ଶକ୍ତି ଦେବା ସହ ଓଜନ କମ କରିବାରେ ସାହାଯ୍ୟ କରିଥାଏ । ଯେଉଁମାନେ ନିଜ ଓଜନ ବୃଦ୍ଧିକୁ ନେଇ ଚିନ୍ତିତ ଅଛନ୍ତି, ସେମାନେ ପ୍ରତିଦିନ ଅଣ୍ଡା ଖାଇବା ଆରମ୍ଭ କରିବା ଦରକାର । କାରଣ ଅଣ୍ଡା ଖାଇବା ଦ୍ୱାରା ପେଟ ଭରି ରହିଥାଏ । ଏହାଦ୍ୱାରା ଆପଣ ଅଧିକ ଖାଦ୍ୟ ଖାଇବାକୁ ଇଚ୍ଛା କରନ୍ତି ନାହିଁ । ଆସନ୍ତୁ ଜାଣିବା ସେ ବିଷୟରେ.

ଓଜନ କମ୍‌ କରିବା ପାଇଁ କମ୍‌ କ୍ୟାଲୋରି ଯୁକ୍ତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ଅଣ୍ଡାରେ କମ୍‌ କ୍ୟାଲୋରୀ ଥିବାରୁ ଆପଣ ଏହାକୁ ପ୍ରତିଦିନର ଖାଦ୍ୟରେ ଖାଇ ପାରିବେ । ଗୋଟେ ଅଣ୍ଡାରେ ମାତ୍ର ୭୮କ୍ୟାଲୋରୀ ରହିବା ସହ ଅଧିକ ପୋଷକ ତତ୍ତ୍ୱ ରହିଥାଏ । ଗୋଟେ ଦିନରେ ଆପଣମାନେ ୩ ଅଣ୍ଡା ଖାଇ ପାରିବେ ।

ଏମିତି ଅନେକ ଖାଇବା ଜିନିଷ ରହିଛି, ଯାହାକୁ ଯେତେ ଖାଇଲେ ବି ପେଟ ଭରି ନଥାଏ । କାରଣ ସେ ଖାଦ୍ୟରେ ପ୍ରୋଟିନ୍‌ର ମାତ୍ରା କମ ରହିଥାଏ । ଏଭଳି ପରିସ୍ଥିତିରେ ଆପଣ ଅଣ୍ଡା ଖାଇ ପାରିବେ । ଯାହାଦ୍ୱାରା ଆପଣଙ୍କ ପେଟ ଭରି ରହିବା ସହ ଓଜନ କମ ହେବ ।

ଅଣ୍ଡା ଶରୀରର ମେଟାବଲିଜିମ୍‌କୁ ନିୟନ୍ତ୍ରିତ କରିଥାଏ । ପ୍ରତିଦିନ ଅଣ୍ଡା ଖାଇବା ଦ୍ୱାରା ଶରୀରରୁ ୮୦-୧୦୦କ୍ୟାଲୋରି କମ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More