Only for Entertainment

ଓଜନ କମ କରିବା ପାଇଁ ଡାଏଟରେ ସାମିଲ କରନ୍ତୁ ମହୁ ।

36

ମହୁକୁ ନେଇ ଆପଣ ବିଭିନ୍ନ କଥା ଜାଣିଥିବେ । ଥଣ୍ଡା କାଶ ହେଲେ ମହୁକୁ ଔଷଧ ଭାବରେ ବ୍ୟବହାର କରାଯାଏ । କିନ୍ତୁ ମହୁକୁ ଡାଏଟରେ ବ୍ୟବହାର କରାଯାଏ ଏହା ମଧ୍ୟ ଖୁବ କମ ଲୋକ ଜାଣିଥିବେ । ଆଜ୍ଞା ହଁ ମହୁ ସେବନ ବ୍ୟାୟମ କରୁଥିବା ଲୋକଙ୍କ ପାଇଁ ଫାଇଦା ହୋଇଥାଏ । ଶରୀର ପାଇଁ ମହୁ ଖୁବ୍ ଲାଭଦାୟକ । ଏହା ବିଭିନ୍ନ ରୋଗକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ । ଏହାଦ୍ୱାରା ଶରୀରରେ ଶକ୍ତି ଠିକ୍ ରହିବା ସହ ଗ୍ଲାଇକୋଜନର ଆଭାବ ପୂରଣ ହୋଇଥାଏ । ସେଥିପାଇଁ ଆପଣଙ୍କ ଡାଇଟ୍ ରେ ନିଶ୍ଚିତ ଭାବେ ମହୁ ସାମିଲ କରନ୍ତୁ । ପ୍ରତିଦିନ ଗୋଟେ ଚାମଚ ମହୁ ସେବନ କରି ପାରିବେ ।

ପ୍ରାୟତଃ ଛୋଟ ପିଲାଙ୍କ ପେଟରେ କୀଟପତଙ୍ଗ ସମସ୍ୟା ଦେଖିବାକୁ ମିଳିଥାଏ । ଏହାଦ୍ୱାରା ଭୋକ ନଲାଗିବା,ରାତିରେ ଶୋଇବା ସମୟରେ ମୁଁହରୁ ଲାଳ ବାହାରିବା ଏବଂ ପେଟ ଦରଜ ଭଳି ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ହେଲେ ଆପଣ ମହୁରେ ଭିନେଗାର ଏବଂ ପାଣି ମିଶାଇ ପିଅନ୍ତୁ । ଏଭଳି କରିବା ଦ୍ୱାରା ପେଟରେ ଥିବା କୀଟ ମରିଯାଇଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More