Only for Entertainment

ସାଧାରଣ ଗରମ ପାଣି ଶରୀର ପାଇଁ ଉପକାରୀ ।

abccolumbia.com
41

 ସକାଳେ ଖାଲି ପେଟରେ ଏକ ଗ୍ଲାସ ଉଷୁମ ପାଣି ପିଇବା ଦ୍ବାରା ପେଟ ସମସ୍ୟା ଦୂର ହୋଇଥାଏ। ଯେପରି କୋଷ୍ଠ କାଠିନ୍ୟ, ଗ୍ୟାସ୍, ଏସିଡିଟି, ବଦହଜମୀ ଓ ପେଟରେ କଷ୍ଟ ଅନୁଭବ ହେବା ଆଦି ଦୂର ହୋଇଥାଏ ।

 ଉଷୁମ ପାଣି ଶରୀରର ଭିତର ଅଂଶକୁ ସଫା ରଖିବାରେ ସାହାଯ୍ୟ କରେ । ଶରୀର ମଧ୍ୟରେ ଥିବା ଆବର୍ଜନାକୁ ଦୂର କରିଥାଏ । ଫଳରେ ଶରୀର ସୁସ୍ଥ ରହେ । ସକାଳେ ଖାଲି ପେଟରେ ଉଷୁମ ପାଣିରେ ଲେମ୍ବୁ ବା ମହୁ ମିଶାଇ ପିଇବା ଦ୍ବାରା ପେଟ ବାହାରିବା କମ୍ ହେବା ସହ ଓଜନ ହ୍ରାସ ଘଟିଥାଏ ।

 ଭୋକ ହେଉ ନ ଥିଲେ ଏକ ଗ୍ଲାସ ଉଷୁମ ପାଣି ସହ ଲେମ୍ବୁ ଏବଂ କଳା ଲୁଣ ପକାଇ ପିଇବା ଦ୍ବାରା ଏହି ସମସ୍ୟା ଦୂର ହୋଇଥାଏ । ଏହାକୁ ଆପଣ ଏକ ମାସ ପର୍ଯ୍ୟନ୍ତ ପିଇ ପାରିବେ ।

 ଉଷୁମ ପାଣି ପିଇବା ଦ୍ବାରା କାଶ ଓ ଗଳା ସମସ୍ୟା ଦୂର ହୋଇଥାଏ।

ଉଷୁମ ପାଣି ପିଇବା ଦ୍ବାରା ଶରୀରରୁ ଆର୍ବଜନା ଦୂର ହେବା କାରଣରୁ ଚେହେରା ବା ତ୍ଵଚାରେ ଚମକ ଆସିଥାଏ । ଏହା ସହ ସହ କେଶ ମୁଲାୟମ ଓ ମଜଭୁତ ହୋଇଥାଏ ।

 ଉଷୁମ ପାଣି ଥକ୍କାପଣ ମଧ୍ୟ ଦୂର କରିବା ସହ ରକ୍ତ ସଞ୍ଚାଳନ ପ୍ରକ୍ରିୟା ସଠିକ୍ କରିଥାଏ ।

ଶୀତଦିନ ବ୍ୟତୀତ ଅନ୍ୟ ଦିନ ମାନଙ୍କରେ ଆପଣ ଗରମ ପାଣି ପିଇପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More