ନକରାତ୍ମକ ଶକ୍ତି ଦୂର କରେ କର୍ପୂର ।
କର୍ପୂରର ବ୍ୟବହାର ତ ଆପଣ ନିହାତି ଜାଣିଥିବେ । କାରଣ ଆପଣ ଭାବନ୍ତି ଏହା କେବଳ ସୁଗନ୍ଧ ପାଇଁ ବ୍ୟବହାର ହୁଏ । କିନ୍ତୁ କମ ଲୋକ ଜାଣିଥିବେଯେ ଏହାର କେତେକ ଉପକାରୀ ଗୁଣ ମଧ୍ୟ ରହିଛି । ଯାହା ଆପଣଙ୍କ ଜୀବନରେ ଏକ ଆପଶ୍ୟକୀୟ ବ୍ୟବହାର୍ଯ୍ୟ ବସ୍ତୁ ।
କର୍ପୁରର ତେଲ ତ୍ବଚାରେ ମାଲିସ କରିବା ଦ୍ବାରା ରକ୍ତ ସଞ୍ଚାରଣ ଭଲ ଭାବରେ ହୋଇଥାଏ ।
ଗଳାରେ ଯନ୍ତ୍ରଣା ଅନୁଭବ ହେଲେ କର୍ପୁରଯୁକ୍ତ ବାମ ଲଗାଇବା ଦ୍ବାରା ଆରମ ମଳିଥାଏ ।
ବ୍ରଣ ଓ ତେଲିଆ ତ୍ବଚା ପାଇଁ ଏହାକୁ ବ୍ୟବହାର କରାଯାଏ ।
ପାଦ ବା ଆଣ୍ଠୁଗଣ୍ଠି ଫୁଲା ଓ ଯନ୍ତ୍ରଣା ରୁ ମୁକ୍ତି ପାଇଁ କର୍ପୁରକୁ ପ୍ରୟୋଗ କରାଯାଏ । କଫ କାରଣରୁ ଛାତିରେ ହେଉଥିବା ଯନ୍ତ୍ରଣାରୁ କର୍ପୁର ତେଲ ଆରମ ଦେଇଥାଏ ।
ଅଗ୍ନି ପାତ୍ର ଉପରେ କର୍ପୁର ରଖି ଏହାର ସୁଗନ୍ଧକୁ ଘରର ଚତୁର୍ପାଶ୍ବରେ ବୁଲାଇବା ଦ୍ବାରା ଅବସାଦ, ନକାରାତ୍ମକ ଶକ୍ତି ଏବଂ ବାସ୍ତୁଦୋଷ ଦୂର ହୋଇଥାଏ ।
କର୍ପୁରକୁ ଚନ୍ଦନରେ ମିଶାଇ ମସ୍ତକରେ ଲଗାନ୍ତୁ । ଏହା ଦ୍ବାରା ଆକର୍ଷଣ ବଢିବା ସହ କ୍ରୋଧ ହ୍ରାସ ହୋଇଥାଏ ।