Only for Entertainment

ଭେଣ୍ଡି ମିଶ୍ରିତ ଜଳ ପିଇବା ଦ୍ୱାରା ମିଳିଥାଏ ଏହି ଫାଇଦା ।

Ayurveda and Yoga
0 50

ଭେଣ୍ଡି ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ । ଏଥିରେ ରୋଗ ପ୍ରତିରୋଧକ ଶକ୍ତି ରହିଛି । ତେଣୁ ଏହା ଯେ କେବଳ ଖାଦ୍ୟ ପାଇଁ ବ୍ୟବହାର କରାଯାଇଥାଏ ତାହା ନୁହେଁ ବରଂ ଏହାକୁ ଔଷଧ ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ ।

 

ଭେଣ୍ଡି ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ । ଏଥିରେ ରୋଗ ପ୍ରତିରୋଧକ ଶକ୍ତି ରହିଛି । ତେଣୁ ଏହା ଯେ କେବଳ ଖାଦ୍ୟ ପାଇଁ ବ୍ୟବହାର କରାଯାଇଥାଏ ତାହା ନୁହେଁ ବରଂ ଏହାକୁ ଔଷଧ ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ । ତେବେ ଏହାକୁ କେଉଁଭଳି ବ୍ୟବହାର କରିବେ ଆସନ୍ତୁ ଆଲୋଚନା କରିବା ।

ପ୍ରଥମେ ୫ରୁ ଋଟି ମଧ୍ୟମ ଆକାରର ଭେଣ୍ଡିକୁ ଭଲ ଭାବରେ ପରିଷ୍କାର କରନ୍ତୁ ଓ ମଝିରୁ କାଟି ଦିଅନ୍ତୁ । ଏହାକୁ ଏକ ପାତ୍ରରେ ଜଳ ରଖି ଭିଜାଇ ଦିଅନ୍ତୁ । ତେବେ ଏହାକୁ ରାତିସାରା ଭିଜାଇ ରଖିବାକୁ ପଡ଼ିବ । ସକାଳେ ଏହି ଭେଣ୍ଡିକୁ ଭଲ ଭାବରେ ଜଳରୁ ଛାଣି ବାହାର କରନ୍ତୁ । ସେହି ଜଳରେ ସାମାନ୍ୟ କିଛି ଜଳ ମିଶାଇ ପିଅନ୍ତୁ । ତେବେ ଏହାକୁ ପ୍ରତିଦିନ ସକାଳ ସମୟରେ ପାନ କରନ୍ତୁ ।

ଏହା ଶ୍ୱାସ ରୋଗୀଙ୍କ ପାଇଁ ଖୁବ ଲାଭକାରୀ ହୋଇଥିବାରୁ ପ୍ରତିଦିନ ଏହାକୁ ପାନ କରିବା ଉଚିତ । କାରଣ ଏଥିରେ ଥିବା କାେର୍ବୋ ହାଇଡ୍ରେଟ,ମାଇକ୍ରୋଗ୍ରାମ,ଫୋଲେଟ,ଫାଇବର ଓ ପ୍ରୋଟିନ ଶ୍ୱାସଗତ ସମସ୍ୟା ଠାରୁ ଦୂରରେ ରଖିଥାଏ ।
ମଧୁମେହ ରୋଗୀଙ୍କ ପାଇଁ ଏହା ବରଦାନ ସଦୃଶ । ଏହାର କୋଣସି ସାଇଡ ଇଫେକ୍ଟ ନଥାଏ । ଏହା ଦ୍ୱାରା କୋଲେଷ୍ଟ୍ରଲ କମ ହୋଇଥାଏ । ଓଜନ କମାଇବାରେ ଏହା ଖୁବ ସାହାଯ୍ୟ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More