Only for Entertainment

ଶ୍ୱାସ ରୋଗୀଙ୍କ ପାଇଁ ଲେମ୍ବୁ ପତ୍ର ।

lineaverdeonline.it
0 42

ଆପଣ ହୁଏତ ଲେମ୍ବୁ ପତ୍ର ବିଷୟରେ କେବେ ଅନୁଧ୍ୟାନ କରିନଥିବେ। ମାତ୍ର ଏହି ପତ୍ରର ଅନେକ ଉପକାରୀ ଗୁଣ ରହିଛି ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହାକୁ ଆପଣ ଉତ୍ତମ ହଜମ ପ୍ରକ୍ରିୟା ଓ ପେଟ ସଫା ପାଇଁ ବ୍ୟବହାର କରିପାରନ୍ତି। ସ୍ନାୟୁ ଜନିତ ରୋଗ ଅନିଦ୍ରା, ବିବ୍ରତ ଲାଗିବା ଆଦି ପାଇଁ ମଧ୍ୟ ଏକ ଅବ୍ୟର୍ଥ ଔଷଧ ପରି କାର୍ଯ୍ୟ କରେ।

ଆପଣ ଯଦି ଏପରି ସମସ୍ୟାର ସମାଧାନ ଚାହାନ୍ତି ତେବେ ଏକ ଚା’ କପ୍‌ରେ ଏକ କପ୍‌ ଗରମ ପାଣି ନିଅନ୍ତୁ। ସେଥିରେ ୫ରୁ ୭ଟି ଲେମ୍ବୁ ପତ୍ର ପକାଇ ୧୫ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ତା’ପେରେ ସେ ପତ୍ରକୁ କାଢ଼ି ଦେଇ ସେ ପାଣିକୁ ପିଅନ୍ତୁ। ଏହି ପରି ଭାବେ ଦୈନିକ ଦୁଇ ଥର ପିଇଲେ ମାସକ ଭିତରେ ରୋଗ ଭଲ ହୋଇଯିବ।

ଉତ୍ତମ ନିଦ୍ରା ଓ ଭୋକ ପାଇଁ ଅନ୍ୟ ସବୁ ଔଷଧ ଅପେକ୍ଷା ଏହି ଲେମ୍ବୁ ପତ୍ର ଉପାୟଟି ଅଧିକ ଫଳପ୍ରଦ। ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନାହିଁ। ମାତ୍ର ଗୋଟାଏ ରାତିରେ ଆପଣଙ୍କ ସମସ୍ୟା ଦୂର ହୋଇଯିବ ବୋଲି ଭାବିବେ ନାହିଁ। ଅତି କମ୍‌ରେ ମାସଟାଏ ସମୟ ଲାଗିବ।

ଏହା ବ୍ୟତୀତ ମୁଣ୍ଡବିନ୍ଧା, ଶ୍ୱାସ, କାସ ୍ରାଦି ଅନେକ ସମସ୍ୟାର ସମାଧାନ ଏହି ପତ୍ରରେ ରହିଛି। ବିଶେଷ କରି ଶ୍ୱାସ ରୋଗୀମାନେ ଲେମ୍ବୁ ପତ୍ରକୁ ଗରମ ପାଣିରେ ପକାଇ ସେହି ପାଣିକୁ ଦୁଇ ସପ୍ତାହ ପିଇବା ପରେ ତାହାର ଫଳାଫଳ ନିଜେ ଅନୁଭବ କରିପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More