Only for Entertainment

ଗୁଡ଼ରେ ଭରି ରହିଛି ଏହି ସବୁ ଔଷଧୀୟ ଗୁଣ, ଦୂର କରିଥାଏ ଆଣ୍ଠୁଗଣ୍ଠି ଦରଜ ଏବଂ ଶ୍ୱାସଭଳି ଅନେକ ରୋଗ ।

wikipedia
0 44

ଖାଇସାରିବାପରେ ଅନେକ ଜଣ ମିଠା ଖାଇବାକୁ ପସନ୍ଦ କରନ୍ତି । ଏଥିପାଇଁ ସବୁଠାରୁ ଭଲ ହେଉଛି ଗୁଡ଼ । ଗୁଡ଼ ଖାଇବା ଦ୍ୱାରା ସ୍ୱାସ୍ଥ୍ୟରେ ଉନ୍ନତି ଘଟିଥାଏ ଏବଂ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ । ଆସନ୍ତୁ ଜାଣି ରଖିବା ଗୁଡ଼ର କିଛି ଉପକାରୀତା ।

ଗୁଡ଼ ଖାଇବା ଦ୍ୱାରା ଶରୀରରେ ରକ୍ତ ସଫା ହୋଇଥାଏ । ଶରୀରରୁ ବୃଦ୍ଧିକାରୀ ଓ ଶକ୍ତିଦାୟକ ସମସ୍ତ ରାସାୟନିକ ପ୍ରକ୍ରିୟାକୁ ଠିକ୍ ରଖିଥାଏ । ପ୍ରତିଦିନ ଏକ ଗ୍ଲାସ ଜଳ କିମ୍ବା କ୍ଷୀର ସହିତ ଗୁଡ଼କୁ ମିଶାଇ ସେବନ କଲେ ପେଟ ଥଣ୍ଡା ରହିଥାଏ । ଏହା ଦ୍ୱାରା ଗ୍ୟାସ ହୋଇନଥାଏ । ଯେଉଁମାନେ ଗ୍ୟାସକୁ ନେଇ ଚିନ୍ତାରେ ଅଛନ୍ତି ସେମାନେ ପ୍ରତିଦିନ ଖାଇସାରିବା ପରେ ଗୁଡ଼ ଖାଇବା ଦରକାର । ଗୁଡ଼ ଖାଇବା ଦ୍ୱାରା ଶରୀରକୁ ଖୁବ୍ମାତ୍ରାରେ ଲୌହ ମିଳିଥାଏ । ଆମୋନିଆ ରୋଗୀଙ୍କ ପାଇଁ ଗୁଡ଼ ଏକ ଔଷଧ ଭାବରେ କାମ କରିଥାଏ । ବିଶେଷକରି ମହିଳାଙ୍କ ପାଇଁ ଏହା ଖୁବ୍ ଜରୁରୀ ଅଟେ ।

ଏହା ରକ୍ତରୁ ଖରାପ ଟକ୍ସିନକୁ ଦୂର କରିଥାଏ ଯାହାଦ୍ୱାରା ତ୍ୱଚାରେ ପରିବର୍ତ୍ତନ ଆସିଥାଏ । ଗୁଡ଼ ସ୍ୱଭାବରେ ଗରମ ହୋଇଥିବାରୁ ଏହାକୁ ଥଣ୍ଡା ଏବଂ ଜ୍ୱରରେ ସେବନ କଲେ ଫାଇଦା ମିଳିଥାଏ । ଏହି ସମୟରେ ଯଦି ଆପଣ କଂଚା ଗୁଡ଼କୁ ଖାଇବାକୁ ପସନ୍ଦ ନକରନ୍ତି ତେବେ ଚା’ କିମ୍ବା ଲଡୁ ସହିତ ସେବନ କରିପାରିବେ । ଗୁଡ଼ ଶରୀରର ଟେମ୍ପରେଚରକୁ ନିୟନ୍ତ୍ରଣ କରିଥାଏ । ଗୁଡ଼ ଆଣଣ୍ଠୁଗଣ୍ଠି ଦରଜରୁ ମଧ୍ୟ ରକ୍ଷା କରିଥାଏ । ପ୍ରତିଦିନ ଅଳ୍ପ ଗୁଡ଼ ସହିତ ଅଦାକୁ ମିଶାଇ ସେବନ କଲେ ଆଣ୍ଠୁଗଣ୍ଠି ଦରଜରୁ ମୁକ୍ତି ମିଳିଥାଏ ।

ଗୁଡ଼ ସହିତ ଅନ୍ନକୁ ମିଶାଇ ଖାଇବା ଦ୍ୱାରା ବସିଥିବା ଗଳା ମଧ୍ୟ ଖୋଲିଯାଏ । ଗୁଡ଼ ସହିତ କଳାରାଶୀର ଲଡୁ ଖାଇବା ଦ୍ୱାରା ସର୍ଦ୍ଦି ସମୟରେ ଶ୍ୱାସ ସମସ୍ୟା ହୁଏନାହିଁ । କ୍ଲାନ୍ତ ଅନୁଭବ କରୁଥିଲେ ଗୁଡ଼କୁ ସେବନ କରିବା ଦରକାର । ଏହାଦ୍ୱାରା ଶକ୍ତି ସ୍ତରରେ ବୃଦ୍ଧି ଘଟିଥାଏ । ଗୁଡ଼ର ହାଲୱା ଖାଇବା ଦ୍ୱାରା ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More