Only for Entertainment

ମାଟିର ଏତେ ସବୁ ଫାଇଦା ବିଷୟରେ ଆପଣ ହୁଏତ ଜାଣିନଥିବେ ।

urdutahzeeb.com
25

ସମସ୍ତ ବ୍ୟକ୍ତିଙ୍କ ମଧ୍ୟରେ ଯେକୌଣସି ସ୍ବାସ୍ଥ୍ୟଗତ ସମସ୍ୟା ରହିଥାଏ। ସେହି ସମସ୍ୟାରୁ ରକ୍ଷା ପାଇବା ପାଇଁ ସର୍ବଦା ଡାକ୍ତରଙ୍କ ପାଖକୁ ଯିବା ସମ୍ଭବପର ହୋଇ ନଥାଏ। ମୁହଁ ଓ ଚର୍ମ ସମ୍ବନ୍ଧୀୟ ସମସ୍ୟା, ମୁଣ୍ଡବିନ୍ଧା ବର୍ତ୍ତମାନ ସାମାନ୍ୟ ରୋଗ ଅଟେ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆମେ ମାଟିର ବ୍ୟବହାର କରିପାରିବା। ମାଟିରେ ଅନେକ ରୋଗ ନିରାକରଣ ହୋଇଥାଏ। ଏହାକୁ ‘ମଡ ଥେରାପି’ କୁହାଯାଇଥାଏ।

ମଡ ଥେରାପି ନିମନ୍ତେ ଆବଶ୍ୟକ ସାମଗ୍ରୀ ହେଉଛି ମାଟି ଓ ପାଣି। ମାଟି ଓ ପାଣିକୁ ଆବଶ୍ୟକ ପରିମାଣରେ ମିଶାଇ ଏହାକୁ ବ୍ୟବହାର କରିପାରିବେ।

ଆସନ୍ତୁ ଜାଣିବା ‘ମଡ ଥେରାପି’ର ଲାଭ ଓ ଉପକାରିତା :

ମଡ ଥେରାପିର ଲାଭ :

ମାଟିର ବ୍ୟବହାର ଦ୍ବାରା ଆପଣ ସତେଜ, ଉତ୍ସାହଜନକ ଓ ଆରାମଦାୟକ ଅନୁଭବ କରିଥାଆନ୍ତି।

ଦାଗ ଓ ମୁହଁ ସମ୍ବନ୍ଧୀୟ ଯେକୌଣସି ସମସ୍ୟା ପାଇଁ ମାଟି ବ୍ୟବହାର କରିବା ଲାଭଜନକ ହୋଇଥାଏ।

ମଡ ଥେରାପିର ବ୍ୟବହାର ଶରୀରକୁ ଥଣ୍ଡା କରିବା ନିମନ୍ତେ କରାଯାଇଥାଏ।

ଏହା ଶରୀରରୁ ଦୂଷିତ ପଦାର୍ଥ ବାହାର କରିଥାଏ। ଶରୀରକୁ ସୁସ୍ଥ ମଧ୍ୟ ରଖିଥାଏ।

ମୁଣ୍ଡବିନ୍ଧା, ଦୁଃଶ୍ଚିନ୍ତା, ଉଚ୍ଚ ରକ୍ତଚାପ ପରି ସମସ୍ୟାରୁ ମଧ୍ୟ ମାଟି ମୁକ୍ତି ଦେଇଥାଏ।

ପେଟରେ ମଡ ପ୍ୟାକ୍ ଲଗାଇବା ଦ୍ବାରା ପାଚନକ୍ରିୟା ଓ କୋଷ୍ଠକାଠିନ୍ୟ ପରି ସମସ୍ୟାରୁ ମୁକ୍ତି ମିଳିଥାଏ।

ଆଖି ବିନ୍ଧୁଥିଲେ ଆଖିର ଉପରି ଭାଗରେ ଅଳ୍ପ ମାଟି ଲଗାଇବା ଦ୍ବାରା ସୁଫଳ ମିଳିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More