Only for Entertainment

କେତେ ଉପକାରୀ ସଂଗୀତ ! ଗୀତ ଶୁଣିବା ଦ୍ୱାରା ୭ ପ୍ରକାର ଲାଭ ହୋଇଥାଏ

digit.in
0 46

କୁହାଯାଏ ଛୋଟିଆ ଗୀତଟିଏ ହେଲେ ମଧ୍ୟ ତାହା ମଣିଷକୁ ନୂଆ ଜୀବନ ଦେଇଥାଏ । କର୍ମକ୍ଲାନ୍ତ ମନରେ ନବ ଉତ୍ସାହ ଭରିଥାଏ । ପୁରାଣ ଯୁଗରେ ମଣିଷ ଗୀତ ଓ ସଂଗୀତର ଥେରାପିର ପ୍ରୟୋଗ କରୁଥିଲେ । ଗୀତ ଓ ସଂଗୀତ ରୋଗ ଭଲ କରିଦେବାର ନଜିର ମଧ୍ୟ ରହିଛି । ଯେଉଁଠି ଡାକ୍ତରଙ୍କ ଡାକ୍ତରୀ ବିଦ୍ୟା ଫେଲ୍ ମାରିଯାଏ ,ସେଠି ସଂଗୀତକୁ ସାଥି କରିବା ପାଇଁ ଡାକ୍ତର ଉପଦେଶ ଦେଇଥାନ୍ତି । ତାନସେନଙ୍କ ମେଘ ମହ୍ଲାର ସଂଗୀତ ବର୍ଷା ବି କରାଇଦେଉଥିଲା ।

  • ୧ – ବିଷାଦ ଦୂର
    ସଂଗୀତର ମିଠା ଧୁନରେ ମନରୁ ବିଷାଦ ଦୂର ହୋଇଯାଏ । ନକରାତ୍ମକ ଚିନ୍ତା ମନରୁ ହଟିଯାଏ । ଆମର ଦୈନିକ ଜୀବନକୁ କରେ ଆହ୍ଲାଦିତ । ମନ ହୁଏ ପ୍ରଫୁଲ୍ଲିତ
  • ୨- ସକରାତ୍ମକ ଭାବ ବୃଦ୍ଧି
    ଆମର ଦୈନିକ ଜୀବନରେ ଆମେ ଅନେକ ସୁଖ ଦୁଃଖ ଓ ବାଧା ବିପର୍ତିର ସମ୍ମୁଖୀନ ହୋଇଥାଉ । ବେଳେବେଳେ ମନ ନିଜ ଲକ୍ଷ୍ୟ ପଥରୁ ବିଚ୍ୟୁତ ହୋଇଯାଏ । ମନ ଖୋଜେ କାହାର ସ୍ଥିର ସାନିଧ୍ୟ । ସେତେବେଳେ ସଂଗୀତ ହିଁ ମନରେ ସକରାତ୍ମକ ଭାବ ଭରିଥାଏ ।
    ୩ –ରୋଗରୁ ମୁକ୍ତି
    ଏମିତି ଦେଖାଯାଇଛି ସଂଗୀତ ଅନେକ ଦୁରାରୋଗ୍ୟରୁ ବି ମଣିଷକୁ ଆଶ୍ୱସ୍ତି ପ୍ରଦାନ କରିଛି । ଡାକ୍ତରମାନେ ରୋଗୀକୁ ଧୀର ଓ ମଧୁର ସଂଗୀତ ଶୁଣିବାକୁ କୁହନ୍ତି । ସଂଗୀତର ଏମିତି ଏକ ଅପୂର୍ବ ଅଦୃଶ୍ୟ ଶକ୍ତି ଅଛି । ଯାହା ଆମର ଶିରା ପ୍ରଶିରାକୁ ଶକ୍ତ କରିଥାଏ । ରୋଗ ପ୍ରତିଷେଧକ ଶକ୍ତି ବଢାଇଥାଏ ।
  • ୪- କର୍ମକ୍ଷେତ୍ରରେ ଉତ୍ସାହ ପ୍ରଦାନ
    ଅଧିକ ସମୟ ଧରି ଆମେ କୈାଣସି କାର୍ଯ୍ୟ କରୁଥିବା ବେଳେ , ମନରେ ଏକ ଅନିଚ୍ଛା ଭାବ ସୃଷ୍ଟି ହୁଏ । କ୍ଲାନ୍ତ ମନ ବିଶ୍ରାମ ଖୋଜେ । ସେତିକି ବଳେ ସଂଗୀତର କ୍ଷୀଣ ସ୍ୱର ମନରୁ ସବୁ ଶ୍ରମ କ୍ଲାନ୍ତ ଦୂର କରିଥାଏ ।
    ୫ –ସୁନିଦ୍ରା ପ୍ରଦାନ
    ସଂଗୀତର ମଧୁର ରାଗିଣୀ ଅନିଦ୍ରା ଦୂର କରିଥାଏ । ଏହା ଔଷଧ ଠାରୁ ଖୁବ୍ ଭଲ କାମ କରିଥାଏ । ସୁନିଦ୍ରା ଦେଇଥାଏ ।
    ୬- ନୂଆ ଲକ୍ଷ୍ୟ ସୃଷ୍ଟି କରେ
    ମନ କୈାଣସି ଏକ ବିଷୟକୁ ନେଇ କିଛି ନିଷ୍ପତି ନେଇପାରିନଥାଏ । ସଂଗୀତ ସେ’ଠି ମହତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ପ୍ରାଣରେ ନୂଆ କିଛି କରିବାର ଜିଜ୍ଞାସା ତିଆରି କରେ । ଆମେ ଯେଉଁଠି ଯେଉଁ ପରିସ୍ଥିତିରେ ଥାଉନା କାହିଁକି । ସଂଗୀତର ଉପସ୍ଥିତି ସବୁବେଳେ ଥାଏ । ସ୍ଥାନ କାଳ ପାତ୍ରରେ ସଂଗୀତ ବହୁତ ଉପକାରରେ ଆସିଥାଏ ।
  • ୭ –ସ୍ମୃତି ଶକ୍ତି ପ୍ରଖର କରେ
    ସଂଗୀତ ଏପରି ଏକ ଔଷଧ । ଯାହା ଆମର ସ୍ମୃତି ଶକ୍ତିକୁ ପ୍ରଖର କରିଥାଏ । ମନରୁ ସବୁ ଦୃର୍ବଳତା ଦୂର କରି ମସ୍ତିସ୍କରେ ସୃଜନଶୀଳତାର ଭାବ ସୃଷ୍ଟି କରିଥାଏ । ଏଣୁ ଦେଖାଯାଏ ଅନେକ ପିଲା ସଂଗୀତ ମାଧ୍ୟମରେ ମଧ୍ୟ ପାଠ ପଢାରେ ଉନ୍ନତି କରିଥାନ୍ତି ।
    ଣକ୍ଟଙ୍କ ଜ୍ଞବଚ୍ଚ ବକ୍ଷଗ୍ଦକ୍ଟ କ୍ଷସଳର
    ଋତୁସ୍ରାବ ସମୟରେ କଷ୍ଟରୁ କିପରି ରକ୍ଷା ପାଇବେ ! ଜାଣନ୍ତୁ କିଛି ଘରୋଇ ଉପାୟ ମେସିନ ଚିହ୍ନିବ ଆପଣଙ୍କ ଅସୁସ୍ଥତା ! ଶୁଙ୍ଘିକରି କହିବ ରୋଗ
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More