Only for Entertainment

ପିଆଜର ଏହି ଉପକାରୀ ଗୁଣ ବିଷୟରେ ଆପଣ କେବେ ମଧ୍ୟ ଜାଣିନଥିବେ ।

yummy
25

ପିଆଜର କେତେକ ଉପକାରୀ ଗୁଣ ବିଷୟରେ ଆପଣ ନିହାତି ଜାଣିଥିବେ । ଯେପରିକି ପିଆଜକୁ କେଶ ମୂଳରେ ଘଷିଲେ କେଶ ମୋଟା ଓ ଲମ୍ବା ହୋଇଥାଏ । ତେବେ ଏଭଳି କିିଛି ଉପକାରୀ ଗୁଣ ରହିଛି ଯାହା ବିଷୟରେ ଆପଣ ହୁଏତ କମ ଜାଣିଥିବେ । ବ୍ୟସ୍ତବହୁଳ ଜୀବନ ଶୈଳୀରେ କେତେକଙ୍କଠାରେ ଥାଇରଏଡ୍‌ ସମସ୍ୟା ଦେଖାଦେଇଥାଏ। ଗଳାରେ ଥିବା ଏଣ୍ଡୋକ୍ରାଇନ୍‌ ଗ୍ଲାଣ୍ଡରୁ ଥାଇରଏଡ୍‌ ହରମୋନ୍‌ କ୍ଷରଣ ହୋଇଥାଏ । ଏହା ଶରୀରର ମେଟାବୋଲିଜିମ୍‌ ପ୍ରକ୍ରିୟାକୁ ନିୟନ୍ତ୍ରିତ କରେ। ଥାଇରଏଡ୍‌ରେ ପୀଡିତ ବ୍ୟକ୍ତିଙ୍କ ଓଜନ ଦ୍ରୁତଗତିରେ ବଢିଥାଏ କିମ୍ବା କମିଥାଏ । ଏହାସହିତ କେଶ ମଧ୍ୟ ଝଡିବାରେ ଲାଗିଥାଏ । ଏହା ଯୋଗୁ ଡାଇବେଟିସ୍‌, ହାର୍ଟ ଆଟାକ୍‌, କିଡନୀ ସମସ୍ୟା ଆଦି ଏକାଧିକ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଥାଏ। ତେବେ ଏହାର ସମାଧାନ ସହଜ ଘରୋଇ ଚିକିତ୍ସା ଦ୍ୱାରା ହୋଇପାରିଥାଏ। ପ୍ରତିଦିନ ଲାଲ୍‌ ପିଆଜ ଖାଇଲେ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ ଥାଇରଏଡ୍‌ ସମସ୍ୟା ଦୂର କରେ। ପିଆଜକୁ ପାଦରେ ମୋଜା ତଳେ ରଖିବା ଦ୍ୱାରା ମଧ୍ୟ ସୁଫଳ ମିଳିଥାଏ। ଏହା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଏ। ପ୍ରତିଦିନ ସକାଳେ ଚାମୁଚେ ପିଆଜ ରସ ମହୁ ସହିତ ଖାଇଲେ ଥାଇରଏଡ୍‌ ହରମୋନ୍‌ କ୍ଷରଣ ସ୍ବାଭାବିକ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More