Only for Entertainment

ଜାଣନ୍ତୁ କ’ଣ ରହିଛି ମୟୁରପୁଛର ମାହାତ୍ମ୍ୟ ।

Wikipedia
0 59

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୟୁରପୁଚ୍ଛ ନବ ଗ୍ରହଙ୍କ ପ୍ରତିନିଧି ବୋଲି କୁହାଯାଏ। ଭଗବାନ ଶ୍ରୀକୃଷ୍ଣଙ୍କ ମସ୍ତକରେ ମୟୂରପୁଚ୍ଛ ଶୋଭା ପାଇଥାଏ, ତେଣୁ ଏହାକୁ ଅତି ପବିତ୍ର ବୋଲି ସମସ୍ତଙ୍କ ବିଶ୍ୱାସ ରହିଛି। ଏହା ବ୍ୟତୀତ ରାମକଥାରେ ଲେଖାଯାଇଛି ଯେ, କୌଣସି ବି ପବିତ୍ର କାର୍ଯ୍ୟରେ ଏହାର ବ୍ୟବହାର କରାଗଲେ ତୁରନ୍ତ ସୁଫଳ ମିଳିଥାଏ। ମୟୂରପୁଚ୍ଛର ଅନେକ ଶୁଭ ଲକ୍ଷଣ ରହିଛି ବୋଲି ଜ୍ୟୋତିଷମାନେ କହିଥାନ୍ତି। ସେହିପରି ଆସନ୍ତୁ ଜାଣିବା ମୟୂରପୁଚ୍ଛର କିଛି ବ୍ୟବହାର ଯାହା ଧନସମ୍ପତି ବୃଦ୍ଧି ସହ ବିଭିନ୍ନ ଅଟକିଥିବା କାର୍ଯ୍ୟକୁ ସମ୍ପନ୍ନ କରିବା ପାଇଁ ସାହାଯ୍ୟ କରିଥାଏ।

ଛୁଆଙ୍କ ଜିଦି ଦୂର କରିବା ପାଇଁ : ଅପଣଙ୍କ ଛୁଆମାନେ ଯଦି ଆପଣଙ୍କ କଥା ମାନୁନାହାନ୍ତି, ତେବେ ଆପଣ ଛୁଆମାନେ ଶୋଇବା ସମୟରେ ମୟୂରପୁଚ୍ଛରେ ବିଞ୍ଚନ୍ତୁ। ଏହା ବ୍ୟତୀତ ଆପଣଙ୍କ ଗୃହରେ ଥିବା ଉପର ପଙ୍ଖାରେ ମୟୂରପୁଚ୍ଛକୁ ଅଠାରେ ଲଗାଇ ଦିଅନ୍ତୁ। ଯାହା ଛୁଆଙ୍କ ଠାରେ ଶାନ୍ତସ୍ୱଭାବ ବ୍ୟବହାର ଦେଖାଦେଇଥାଏ।

ଛୁଆଙ୍କୁ ଖରାପ ନଜରରୁ ବଞ୍ଚାନ୍ତୁ : ଛୁଆମାନଙ୍କର ବେକରେ କିମ୍ବା ଅଣ୍ଟାରେ ବନ୍ଧା ରହିଥିବା ତାବିଜ କିମ୍ବା ଡେଉଁରିଆରେ ମୟୂରପୁଚ୍ଛ ବାନ୍ଧିବା ଦରକାର, ଯାହା ଛୁଆମାନଙ୍କୁ ଖରାପ ନଜରରୁ ରକ୍ଷା କରିଥାଏ।

ଶତ୍ରୁ କବଳରୁ ରକ୍ଷା : ଆପଣଙ୍କ ସାଙ୍ଗସାଥୀ କିମ୍ବା ଶତ୍ରୁ ଯଦି ଆପଣଙ୍କୁ କଷ୍ଟ ଦେବାକୁ ଚାହୁଁଛନ୍ତି, ତେବେ ଆପଣ ହନୁମାନଙ୍କ ସିନ୍ଧୁରକୁ ମୟୂରପୁଚ୍ଛ ଦ୍ୱାରା ଠାକୁରଘରେ କିମ୍ବା ମନ୍ଦିରରେ ଶତ୍ରୁର ନାମ ଲେଖିଦିଅନ୍ତୁ। ତା ପରଦିନ ସକାଳେ କାହା ସହ କଥା ବାର୍ତ୍ତା ନ କରି ମୟୂରପୁଚ୍ଛକୁ ନଦୀ କୁମ୍ବା ପୋଖରୀରେ ଭସେଇ ଦିଅନ୍ତୁ।

ଅଟକିଥିବା କାମକୁ କିପରି କରିବେ : ଜୀବନର ବିଭିନ୍ନ କାମ ସଫଳ ହୋଇନଥାଏ, ଯାହାକୁ ନେଇ ଲୋକମାନେ ଚିନ୍ତାରେ ରହିଥାନ୍ତି। ତେବେ ଆପଣ ଏକ ମୂରପୁଚ୍ଛ ରାଧାକୃଷ୍ଣଙ୍କ ମନ୍ଦିରକୁ ଯାଇ ଏହାକୁ ସେଠାରେ ରଖିଦିଅନ୍ତୁ। ୪୦ଦିନ ପ୍ରର୍ଯ୍ୟନ୍ତ ଆପଣ ଏହି ମୟୂରପୁଚ୍ଛ ରଖିବାପରେ ଏହାକୁ ଆଣି ଘରେ ରଖନ୍ତୁ, ଯାହା ଆପଣଙ୍କ ଅଟକିଥିବା କାମ ସମ୍ପୁର୍ଣ୍ଣ ହୋଇଥାଏ।

ଶନିଙ୍କ ଠାରୁ ରକ୍ଷା ପାଇବାପାଇଁ : ତିନୋଟି ମୟୂରପୁଚ୍ଛରେ କଳାସୂତା ବାନ୍ଧି ଶନି ଦେବତାଙ୍କୁ ଅର୍ପଣ କରିବା ଦ୍ୱାରା, ଆପଣଙ୍କ ଗ୍ରହରେ ଶନି ଚଳନ ଭଲ ରହିଥାଏ। ଏହାସହ ଆପଣ ରାଶିତେଲର ମାଟି ଦୀପ ଓ ଗୋଲାପଜାମୁ ପ୍ରସାଦ ଭୋଗ କରନ୍ତୁ।

କାଳସର୍ପ ଯୋଗ ଦୂର କରିବା ପାଇଁ : ଆପଣଙ୍କ ଜାତକରେ କାଳସର୍ପ ରହିଥିଲେ, ଆପଣ ୭ଟି ମୟୂରପୁଚ୍ଛ ଦୈନନ୍ଦିନ ବ୍ୟବହାର କରୁଥିବା ତକିଆ ଭିତରେ ରଖିଦିଅନ୍ତୁ। ଏହା ବ୍ୟତୀତ ଘରର ପଶ୍ଚିମ ଭାଗରେ ୧୧ଟି ମୟୂରପୁଚ୍ଛ କାନ୍ଥରେ ଲଗାଇଦଅନ୍ତୁ। ନିଶ୍ଚୟ ସୁଫଳ ମିଳିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More