Only for Entertainment

ଏହି ବିରାଟ ରୋଗରୁ ରକ୍ଷା କରେ ଡାଳିମ୍ବ ଚୋପା ।

tastykitchen.com
24

ଡାଳିମ୍ବ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଏହା କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ତାହା ନୁହେଁ ବରଂ ଶରୀର ପାଇଁ ମଧ୍ୟ ଖୁବ ଉପକାରୀ । ଏହା ଶରୀରରେ ରକ୍ତର ପରିମାଣକୁ ବଢାଇଥାଏ ଏହା ସମସ୍ତେ ଜାଣନ୍ତି । କିନ୍ତୁ ଏହାର ଚୋପା ମଧ୍ୟ ଖୁବ ଉପକାରୀ । ଯାହା ଏକ ବିରାଟ ରୋଗରୁ ରକ୍ଷା କରିଥାଏ । ଆସନ୍ତୁ ସେହି ବିଷୟରେ ଆଲୋଚନା କରିବା ।

ଡାଳିମ୍ବର ଚୋପାକୁ ପାଣିରେ ଭିଜାଇ ଜୁସ୍‌ କରି ନିୟମିତ ପିଇଲେ ମିଳିଥାଏ ଅନେକ ସୁଫଳ। ଡାଳିମ୍ବ ଚୋପାରେ ଫେନାଲିକ୍ସ ନାମକ ରାସାୟନିକ ପଦାର୍ଥ ରହିଥାଏ। ଏହାଛଡା ଏଥିରେ ରହିଥାଏ ଆଣ୍ଟି ଅକ୍ସିଡାଣ୍ଟ୍‌, ଖଣିଜ ପଦାର୍ଥ, ଭିଟାମିନ୍‌ ପ୍ରଭୃତି ଉପାଦେୟ ଉପାଦାନ । ଏହା ହାର୍ଟ ଆଟାକରୁ ଦୂରେଇ ରଖେ ବୋଲି ଆୟୁବେର୍ଦରେ ଉଲ୍ଲେଖ ରହିଛି। ନିୟମିତ ଏହାର ବ୍ୟବହାର ଦ୍ୱାରା କର୍କଟ ରୋଗରୁ ମୁକ୍ତି ମିଳିପାରେ। ତ୍ୱଚାକୁ ଏହା ଉଜ୍ଜ୍ୱଳତା ପ୍ରଦାନ କରିଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଆଣ୍ଟି ଏଜିଂ ମହୌଷଧୀ ଭାବେ କାର୍ଯ୍ୟ କରେ। ସେହିପରି ପାଚନ କ୍ରିୟାକୁ ଏହା ସୁଦୃଢ଼ କରିବାରେ ସହାୟକ ହୁଏ ବୋଲି ଆୟୁର୍ବେଦରେ ସୂଚିତ ହୋଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More